(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ)ଲକଡାଉନ୍ ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି ମମତା ସରକାର।ଗୁରୁବାର ସଂଧ୍ୟା ୫ଟା ପାଖରୁ ଏହି ଲକଡାଉନ୍ ଆରମ୍ଭ ହେବ ବୋଲି ସେ କହିଛନ୍ତି।ମଙ୍ଗଳବାର ପଶ୍ଚିମବଙ୍ଗରେ ସର୍ବାଧିକ ୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମୁଖ୍ୟମନ୍ତ୍ରୀ ମମତା ସ୍ଥିତିର ସମୀକ୍ଷା କରି ଲକଡାଉନ ଅବଧିକୁ ବଢ଼ାଇଛନ୍ତି।ସୂଚନାଯୋଗ୍ୟ, ମଙ୍ଗଳବାର ୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୮୦୭ ଛୁଇଁଛି।