ଲକ୍‌ଡାଉନ ଭୟରେ ପ୍ରବାସୀଙ୍କ ଘର ଲେଉଟାଣି

0

(ନୂଆଦିଲ୍ଲୀ ): କରୋନା ଭାଇରସ୍‌ର ସଂକ୍ରମଣ ସଂଖ୍ୟା ଦେଶରେ ଖୁବ‌ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀ ସମେତ ପାଖାପାଖି ସବୁ ରାଜ୍ୟରେ କରୋନା ବେକାବୁ ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ବୃଦ୍ଧି ଭିତରେ ଦିଲ୍ଲୀରେ ଗୋଟିଏ ସପ୍ତାହର ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି ।
ସୂଚନାନୁଯାୟୀ , ଯାହା ୨୬ ଅପ୍ରେଲ ଯାଏ ଜାରି ରହିବ । ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଦିଲ୍ଲୀରେ ପୁଣି ଥରେ ପ୍ରବାସୀଙ୍କର ଘରକୁ ଫେରିବାକୁ ଭିଡ଼ ଲାଗିଯାଇଛି । କେବଳ ଜରୁରୀ କାମରେ ଥିବା ଲୋକେ ବାହାରକୁ ଯିବାକୁ ଅନୁମତି ରହିଛି । ଲକ୍‌ଡାଉନରେ ମେଟ୍ରୋ , କ୍ୟାବ୍‌ , ବସ୍‌ ସର୍ଭିସ୍‌ ଚାଲୁ ରହିବ । କିନ୍ତୁ ଯାହାକୁ ଅନୁମତି ଅଛି ସେ କେବଳ ବାହାରକୁ ଯାଇପାରିବେ । ମଲ୍‌, ବଜାର , ସିନେମା ବଲ୍‌ ବନ୍ଦ ରହିବ ଏବଂ ପେଟ୍ରୋଲ ପମ୍ପ , ବ୍ୟାଙ୍କ୍‌ , ଏଟିଏମ୍‌ ଖୋଲା ରହିବ ।