କରୋନା ପାଇଁ ଫେରିଲା କଟକଣା

0

ଚେନ୍ନାଇ: ଦେଶରେ କରୋନା ମହାମାରୀର ସଂକ୍ରମଣ ବୃଦ୍ଧି ପାଇଚାଲିଛି । ଦୈନିକ ସଂକ୍ରମଣ ଏବେ ସାଢେ ୩ ଲକ୍ଷ ଆଡକୁ ମୁହାଁଉଛି । ତେବେ ଏହି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ଆସନ୍ତା ରବିବାରଠୁ ସାରା ରାଜ୍ୟରେ ଲକଡାଉ ଫେରାଇ ଆଣିବା ପାଇଁ ଘୋଷଣା କରାଯାଇଛି । ଏ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଘୋଷଣା କରିଛନ୍ତି । ଅର୍ଥାତ ଆସନ୍ତା ରବିବାରରୁ ତାମିଲନାଡୁରେ ଲକଡାଉନ ଲାଗୁ ହେବ ।
ରବିବାରରୁ ଲକଡାଉନ ହେଉଥିଲେ ହେଁ ଏହି ସମୟରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ । ଏହା ବ୍ୟତୀତ ବିମାନ ବନ୍ଦର, ବସ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରୁ ଅଟୋ ଏବଂ ଟ୍ୟାକ୍ସି ଚଳାଚଳ ମଧ୍ୟ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।