ଅପରାଧ

୧୫ ଭରି ସୁନା ସହ ୧୫ହଜାର ଟଙ୍କା ଲୁଟ

ରଜନୀକାନ୍ତ ପାତ୍ର/ହିଞ୍ଜିଳି: କବାଟ ଭାଙ୍ଗି ଘରେ ପଶି କଳା କନା ବୁଆଇଲେ ଦୁର୍ବୃତ୍ତ । ୧୫ ଭରି ସୁନା ସହ ୧୫ହଜାର ଟଙ୍କା ଲୁଟି ନେଲେ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ଜିଲ୍ଲାର ଦିଗପହଣ୍ଡି ଥାନା ଅଧୀନ ପଦ୍ମନାଭପୁର ଗ୍ରାମର ସୁରେନ୍ଦ୍ର ରେଡି ଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରି ରେ ଚୋର ବୁଲାଇଛନ୍ତି କଳାକନା । ରାତିରେ ବାରିପଟ କବାଟ ତାଡି ଘରେ ପଶି ପନ୍ଦର ଭରି ସୁନା ଅଳଙ୍କାର ସହ ପାଖାପାଖି ପନ୍ଦର ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ପରେ ଘଟଣା ସ୍ଥଳରେ ଦିଗପହଣ୍ଡି ପୋଲିସ ପହଂଚି ତଦନ୍ତ କରୁଛି।
ଏହି ଲୁଟ ପରେ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିଗପହଣ୍ଡି ଅଂଚଳ ରେ ଦିନକୁ ଦିନ ବଢି ଚାଲିଛି ଏଭଳି ଚୋରି ଓ ରାହ।ଜ।ନୀ । ଏହାକୁ ନେଇ ଅଂଚଳ ବାସୀ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳୁଛି ।

 

Related posts

ଭିନ୍ନକ୍ଷମଙ୍କ ଭିନ୍ନ ଠକେଇ

Report

ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଲେ ମହିଳା

Report

ମନ୍ଦିରରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

Report

Leave a Comment