କରୋନା ଟେଷ୍ଟିଂ ବେଳେ ଲୁଟ

0

ଭଦ୍ରକ: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଘଟିଯାଇଛି ଅଭାବନୀୟ ଘଟଣା । ଚିକିତ୍ସା ପାଇଁ ଆସିଥିବା ରୋଗୀ ଏବଂ ସମ୍ପର୍କୀୟମାନଙ୍କଠାରୁ ହେଉଛି ଲୁଟ । ଲୁଟ ପାଇଁ ମେଡିକାଲକୁ ଟାର୍ଗେଟ କରିଛନ୍ତି ଲୁଟେରା । କରୋନା ଟେଷ୍ଟ କରିବାକୁ ଆସି ରୋଗୀ ହେଉଛନ୍ତି ଲୁଟର ଶିକାର । ଲାଇନରେ ଛିଡା ହୋଇଥିବା ସମୟରେ ଲୁଟ କରି ନେଉଛନ୍ତି ଦୁର୍ବୃତ୍ତ । ଯେଉଥିପାଇଁ ଚିକିତ୍ସାରେ ମଧ୍ୟ ବାଧା ପରିଲକ୍ଷିତ ହେଉଛି ।

ଖବର ଅନୁଯାୟୀ, ଜଣେ ମହିଳା ମାସ୍କ ପିନ୍ଧି ରୋଗୀଙ୍କ ସମ୍ପର୍କୀୟଙ୍କୁ ଟାର୍ଗେଟ କରିଛନ୍ତି । କୋଭିଡ ଟେଷ୍ଟ ପାଇଁ ଲାଇନରେ ଥିବା ବେଳେ କୌଶଳ କ୍ରମେ ବ୍ୟାଗରୁ ୧୫ ହଜାର ଟଙ୍କା କାଢି ନେଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଭବାନିବିନ୍ଧା ଗ୍ରାମର କୌଶଲ୍ୟା ଖାମୁରାଇ  ନାମକ ମହିଳା ନିଜର ସ୍ୱାମୀ ଙ୍କର ଅପରେସନ ପାଇଁ ଆସିଥିଲେ। ଅପରେସନ ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଲାଇନ୍ରେ ଛିଡା ହୋଇଥିଲେ ।ଏହି ସମୟରେ ପଛରୁ ଆଉ ଜଣେ ମହିଳା ଅତି ଚତୁରତାର ସହ ତାଙ୍କ ବ୍ୟାଗରୁ ୧୫ ହଜାର  ଟଙ୍କା ଚୋରି କରିଥିବାର ଅଭିଯୋଗ ଆଣିଛନ୍ତି । ଚୋରି ହେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି  । ମହିଳା ଜଣଙ୍କ ଭଦ୍ରକ ସଦର ଥାନାରେ ଏନେଇ ଏତଲା ଦେଇଛନ୍ତି । ଲୁଟ ପରେ ମହିଳା ଜଣକ ସ୍ଵାମୀଙ୍କ ଅପରେସନ କରିନପାରି ଫେରିଯାଇଥିବା ସୂଚନା ମିଳିଛି ।