ଆୟକର ଅଧିକାରୀ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ସୁନା ଲୁଟ

0

(ସମ୍ବଲପୁର) : ନିଜକୁ ଆୟକର ଅଧିକାରୀ ଭାବେ ପରିଚୟ ଦେଇ ଅଳଙ୍କାର ଦୋକାନରୁ ଲୁଟ । ଲକ୍ଷାଧିକ ଟଙ୍କାର ସୁନା ଠକିନେଇଥିବା ଅଭିଯୋଗରେ ସମ୍ବଲପୁର ପୁଲିସ ବାଙ୍ଗାଲୁରୁର ଜଣେ ଏମ୍‌ବିଏ ଛାତ୍ର ବିଶାଲ ଆର୍‌ ଏନ୍‌ ଗିରଫ କରିଛି। ଏହା ସହିତ ବିଶାଲ ଠାରୁ ସୁନା ନେଉଥିବା ବ୍ୟବସାୟୀ ମାଙ୍ଗାଲୋର୍‌ର ନିତିନ କୁମାର ବି(୩୯) କୁ ମଧ୍ୟ ପୁଲିସ ଗିରଫ କରିଥିଲା। ତା’ ପାଖରୁ ୧୩୧.୯୮ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଥିଲା। ବିଶାଲ ସମ୍ବଲପୁର ସମେତ ଝାରସୁଗଡ଼ା ଓ ବ୍ରହ୍ମପୁରରେ ମଧ୍ୟ ସମାନ ଉପାୟରେ ଲୁଟ କରିଛି। ଏହା ବ୍ୟତୀତ ସେ ରାଜ୍ୟ ବାହାରେ ମଧ୍ୟ ଏଭଳି ଏକାଧିକ ଲୁଟ କରିଥିବା ଜଣାପଡ଼ିଛି।