କଳାକନା ବୁଲାଇ ଦେଲେ ସାତିର ଲୁଟେରା

0

ବଡବିଲ: କେନ୍ଦୁଝରରେ ଜବରଦସ୍ତ ଲୁଟ । ରାତି ଅଧରେ ଦୋକାନରେ ପଶି ଦୁର୍ବୃତ୍ତ ବୁଲାଇ ଦେଇଛନ୍ତି କଳାକନା । ଲୁଟି ନେଇଛନ୍ତି ୬୦ଟି ମୋବାଇଲ । ଦୋକାନ ତାଲା ଭାଙ୍ଗି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଜିନିଷ । ଖାଲି ସେତିକି ନୁହେଁ ସିସିଟିଭି ହାର୍ଡ ଡିସ୍କକୁ ମଧ୍ୟ ନିଜ ସାଥୀରେର ନେଇ ଯାଇଛନ୍ତି ଏହି ସାତିର ଲୁଟେରା ।
ବୁଧବାର ରାତି ପ୍ରାୟ ୧ଟା ୪୫ ମିନିଟରେ ହୋଇଛି ଲୁଟ । କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ହାଟ ବଜାରର ଆୟୁଷ କମ୍ୟୁନିକେସନରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ । ପ୍ରଥମେ ଦୋକାନର ଇଲେକ୍ଟ୍ରିକ କନେକ୍ସନ କାଟି ଦୋକାନରେ ମାରିଥିଲେ ଏଣ୍ଟ୍ରି । ଏହାପରେ ଆରମ୍ଭ କରିଥିଲେ ଅପରେସନ ଲୁଟ । ଲୁଟ ପରେ ସିସିଟିଭିର ହାର୍ଡ ଡିସ୍କକୁ ମଧ୍ୟ ସାଥୀରେ ନେଇଛନ୍ତି ଲୁଟେରା । ଲୁଟେରାଙ୍କ ହାତରେ ପଡିଥିଲା ୪ଲକ୍ଷ ଟଙ୍କାର ୬୦ଟି ମୋବାଇଲ ଏବଂ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା । ତେବେ ପାଖ ଦୋକାନ ସିସିଟିଭିରୁ ଲୁଟର ସମସ୍ତ ଭିଜୁଆଲ ଧରାପଡିଛି । ସେପଟେ ଗୁରୁବାର ସକାଳୁ ଘଟଣା ସମ୍ପର୍କରେ ଜଣାପଡିବା ପରେ ଦୋକାନ ମାଲିକ ଯୋଡା ଥାନାକୁ ସୂଚନା ଦେଇଛି । ଖବର ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହିତ ୨ ଜଣଙ୍କୁ ଅଟକ ରଖି ପଚରାଉଛରା ଜାରି ରଖିଛି ପୋଲିସ । କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ଅଟକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଦୋକାନ କର୍ମଚାରୀ ଥିବା କୁହାଯାଉଛି ।