ମମତା ବାନାର୍ଜୀ ମୋଦିଙ୍କୁ ଭେଟିବାକୁ ନେଇ ଜୋରେ ଚର୍ଚ୍ଚା

0

ନୂଆଦିଲ୍ଲୀ:ଗତ କିଛିଦିନ ହେଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିନକୁ ଦିନ ଚିନ୍ତା ବଢ଼ିବାରେ ଲାଗିଛି | ଏପଟେ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିବା ପରେ ହରଡ଼ଘଣାରେ ମମତା ବାନାର୍ଜୀ ପଡିଥିବା ଭଳି ଲାଗୁଛନ୍ତି |ତେବେ ଆରୀ ଭିତରେ ମମତା ବାନାର୍ଜୀ ଦିଲ୍ଲୀ  ଯାଇ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି | ଯାହାକୁ  କଂଗ୍ରେସ ଏବଂ ବାମ ଦଳମାନେ ‘ମ୍ୟାଚ୍ ଫିକ୍ସିଂ’ ବୋଲି କହିଛନ୍ତି।ସେହିପରି ରି ଦିନିଆ ଗସ୍ତରେ ମମତା ବାନାର୍ଜୀ ରାଜଧାନୀରେ ପହଞ୍ଚିଛନ୍ତି।

ସେ ଏଠାରେ ନୀତି ଆୟୋଗର ବୈଠକରେ ଯୋଗଦେବେ ଏବଂ ତାଙ୍କ ଦଳର ସାଂସଦମାନଙ୍କ ସହିତ ଫ୍ଲୋର ଷ୍ଟ୍ରାଟେଜୀ ମଧ୍ୟ ପ୍ରସ୍ତୁତ କରିବେ।କଂଗ୍ରେସର ଅନେକ ଦଳୀୟ ନେତାମାନେ ଟିଏମସି କେବଳ ବିରୋଧୀ ଦଳଗୁଡ଼ିକୁ ବିଭାଜନ କରିବା ପାଇଁ ଗୋଆ ଏବଂ ତ୍ରିପୁରାରେ ନିର୍ବାଚନ ଲଢ଼ିଥିଲା। ଏବେ ସୋନିଆ ଗାନ୍ଧୀ ଏବଂ ରାହୁଲଙ୍କୁ ଭିତ୍ତିହୀନ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରତିଦିନ ହଇରାଣ କରାଯାଉଛି।

“କଂଗ୍ରେସକୁ ଦୁର୍ବଳ କରିବା ପାଇଁ ବିଜେପି ଟିଏମସି ପରି ଆଞ୍ଚଳିକ ଦଳକୁ ମଜବୁତ କରୁଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ମୁଖପାତ୍ର ରିତୁ ଘୋଷାଲ |ଗୁରୁବାର ଦିନ ତାଙ୍କ ପୁତୁରା ତଥା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ଦିଲ୍ଲୀରେ ପହଞ୍ଚିଥିବା ବାନାର୍ଜୀ ଶୁକ୍ରବାର ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ।