କ୍ରେତା ବିକ୍ରେତା ଉଭୟଙ୍କୁ ଘାରିଛି ଏଲପିଜି ଦର ବୃଦ୍ଧିର ଚିନ୍ତା

0

ଦୀଲ୍ଲି : ପେଟ୍ରୋଲ, ଡିଜେଲ ହେଉ କି ଇନ୍ଧନ ଗ୍ୟାସ ସବୁର ଦର ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ, ଖାଉଟି ଦିଗ ହରା ହେଲାଣି । ଅଶୋଧିତ ତୈଳ ଦର ବୃଦ୍ଧିକୁ ଏପଟେ ଏଲପିଜି ଦର ବୃଦ୍ଧି ତା ସହ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି କ୍ରେତା ବିକ୍ରେତା ଉଭୟଙ୍କ ମୁଣ୍ଡରେ ଚଡକ ପକାଇଛି । ପୁଣି ଦେଶରେ ଏଲପିଜି ଦର ବିଶ୍ୱରେ ମହଙ୍ଗା । ଭାରତୀୟ ମୂଦ୍ରା ବିନିମୟ ଆଧାରରେ ଶାରା ବିଶ୍ୱ ତୁଳନାରେ ଭାରତର ଏଲପିଜି ଦର ସର୍ବାଧିକ ରହିଛି ।

ଗ୍ୟାସର ଦର ଯେଉଁ ଭଳି ହୁ ହୁ ହୋଇ ବଢିବାରେ ଲାଗିଛି ତାକୁ ନେଇ ଅଶାନ୍ତ ଖାଉଟି । ଲଗାତାର ଦରବୃଦ୍ଧି ହେତୁ ଖାଉଟିଙ୍କ ସହ ଡିଲରଙ୍କ ବେପାର ମଧ୍ୟ ମାନ୍ଦା । ଏପଟେ ରାଜସ୍ୱ ହାତେଇବା ପାଇଁ ଋଷ ଆଉ ୟୁକ୍ରେନର ଯୁଦ୍ଧକୁ ମାଧ୍ୟମ କରି, ତୈଳ ଓ ଗ୍ୟାସ ଦରକୁ ସରକାର ବଢାଇ ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ୟୁପିଏ ସରକାରଙ୍କ ସମୟରେ ଗ୍ୟାସ ଉପଭୋକ୍ତାଙ୍କୁ ସିଲିଣ୍ଡର ପିଛା ସବସିଡ ମିଳୁଥିଲା ଏବେ ତାକୁ ବି ଠପ୍ କରି ଦିଆ ଯାଇଛି ବୋଲି ଗ୍ୟାସ ବିତରକ ସଂଘ କହିଛି । ଏଥି ସହ କେନ୍ଦ୍ର ସରକାରଙ୍କ ବେଲଗାମ ଟିକସ ବୃଦ୍ଧି ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି ସଂଘ କହିଛି ।

 

ଅନ୍ୟ ଦେଶରେ ଗ୍ୟାସ ସିଲିଣ୍ଡର ପିଛା ୭ ରୁ ୮ ଟଙ୍କା ଟିକସ ନିଆ ଯାଉଥିବା ବେଳେ ଭାରତରେ ଉତ୍ପାଦ ଶୁଳ୍କ ପାଇଁ ୨୫୦ରୁ ୩୦୦ ଟଙ୍କା ହେଉଛି ଆଦାୟ । ରାଜସ୍ୱ ସଂଗ୍ରହ ପାଇଁ ବିକଳ୍ପ ବାହର ନ କରି ଖାଉଟିଙ୍କୁ ହନ୍ତସନ୍ତ କରାଉଛି କେନ୍ଦ୍ର । କାରଣ ତୈଳ ଓ ଗ୍ୟାସ କମ୍ପାନୀଙ୍କୁ ନିୟନ୍ତ୍ରଣ ନ କରି ମନମାନି କରିବାକୁ ଛାଡି ଦେଇଛନ୍ତି ସରକାର । ଏପରି ଟ୍ୟାକ୍ସ ବଢାଇ କେନ୍ଦ୍ର ୨୬ ଲକ୍ଷ କୋଟି ଟଙ୍କା ଆଦାୟ କଲାଣି । ଆଉ ଏହି ଗ୍ୟାସ ଦର ବୃଦ୍ଧି ଫଳରେ ଅସନ୍ତୋଷ ସାଧାରଣ ଖାଉଟି ।