ସ୍କୁଲରୁ ଗାଏବ ମଦ୍ୟାହ୍ନ ଭୋଜନ ସାମଗ୍ରୀ

0

ଅସ୍ତରଙ୍ଗ / ଆର୍ଯ୍ୟ ବିଶ୍ୱାଳ :ସ୍କୁଲ ତାଲା ଭାଙ୍ଗି ମଧ୍ୟାହ୍ନ ଭୋଜନ ସାମଗ୍ରୀ ଲୁଟ୍ କଲେ ଦୁର୍ବୁତ୍ତ । ବିଳମ୍ବିତ ରାତିରେ ସ୍କୁଲ ତାଲା ଭାଙ୍ଗି ଏଭଳି କାଣ୍ଡ ରଚିଛନ୍ତି ଦୁର୍ବୁତ୍ତ ତ୍ତ । ଘଟଣାଟି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପଞ୍ଚଗ୍ରାମ ଉପ୍ରା ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି । ଗତ ରାତିରେ କିଛି ଦୁର୍ବୁତ୍ତ ବିଦ୍ୟାଳୟ ତାଲା ଭାଙ୍ଗି ଛାତ୍ର, ଛାତ୍ରୀ ଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳ ପନ୍ଦର ବସ୍ତା, ଦୁଇଟି ଗ୍ୟାସ ସିଲିଣ୍ଡର, ତେଲ ବାର ଲିଟର ଓ ଓ ୨୦ କେଜି ଡାଲି ସାମଗ୍ରୀ ଚୋରି କରି ନେଇଯାଇଛନ୍ତି । ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକ, ଶିକ୍ଷୟତ୍ରୀ ଦେଖି ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଏଥି ସହ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଜଣାଇଛନ୍ତି । ଘଟଣା ସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଂଚି ତଦନ୍ତ ଜାରିରଖିଛି ।