ମିଛ କହି ଖାଇଦେଲେ ପାଇଖାନା ଟଙ୍କା

0

ଗୋପ ( ଜୟନ୍ତ କୁମାର ସେଠୀ ): ଲିଷ୍ଟରେ ଥିଲା ଆମ ନା । କିନ୍ତୁ ମିଛ କହି ନେଇଗଲେ ପାଇଖାନା ଟଙ୍କା । ଆମେ ପଚାରିବାରୁ କହିଲେ, ତମେ ଯାଅ ତମ ୱାର୍ଡ ମେମ୍ବରଙ୍କୁ ପଚାରିବ । ଆମେ କିଛି କରିପାରିବୁ ନାହିଁ । ଦଳ ଦେଖି ଆମକୁ ଅଲଗା କରିଦେଲେ । ଆମ ପାଇଖାନାକୁ ନେଇ ଆଉ କାହା ନାରେ କରିଦେଲେ । ବ୍ଲକକୁ ଦୈାଡି ଦୈାଡି ନୟାନ୍ତ ହେଲୁ ପଛେ ,ଆମକୁ କୈାଣିସି ପ୍ରକାର ସାହାଯ୍ୟ ମିଳିନା ନାହିଁ, ଶେଷରେ ପାଇଖାନା ତା ବାଟରେ ଆମେ ଆମ ବାଟରେ । ଦର୍ଶକ ବନ୍ଧୁ ଏକଥା ଜଣେ ନୁହେଁ ବରଂ ୫୦ରୁ ଅଧିକ ଗରିବ ହିତାଧିକାରୀଙ୍କ କଥା । ଆସନ୍ତୁ ଦେଖିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟ, ମିଛ କହି ଖାଇଦେଲେ ପାଇଖାନା ଟଙ୍କା । ବାଟବଣା ହେଉଛି ସରକାରୀ ଯୋଜନା । ସଠିକ ହିତାଧିକାରୀ ପାଇ ପାରୁନାହାନ୍ତି ନିଜର ହକ । ଗରିବଙ୍କୁ ସବୁ ସବୁଧା ଯୋଗାଇ ଦେବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଅଧାବାଟରେ ବାଟମାରଣା କରି ଦେଉଛନ୍ତି କୁଞ୍ଜିନେତା । କେତେବେଳେ ଆବାସ ଯୋଜନା ଟଙ୍କା ହଡପ କରାଯାଉଛି ତ ଆଉ କେତେବେଳେ ପାଇଖାନା ଟଙ୍କା । ସେହିଭଳି ଗୋପ ବ୍ଲକ ବଣିଆ ସାହିର ଲୋକଙ୍କ ପାଇଖାନା ଟଙ୍କାକୁ ଖାଇଗଲେ ଦାୟିତ୍ୱରେ ଥିବା ଅଧିକାରୀ ।

ପାଇଖାନା ନିର୍ମାଣରେ ଦୁର୍ନିତୀ ଏବଂ ମିଥ୍ୟା ବିଲ୍ କରି ହିତାଧିକାରୀଙ୍କ ଟଙ୍କା ଉଠାଯାଇଥିବା ବଣିଆ ସାହି ପଚାଂୟତର ଲୋକେ ଅଭିଯୋଗ କରିଛନ୍ତି ।ଗରିବଙ୍କ ପାଖରେ ଯୋଜନା ପହଚେଂଇବା ପାଇଁ ପ୍ରେତ୍ୟକ ଗାଁ ପାଇଁ ୱାର୍ଡମେମ୍ବର , ସରପଚଂ ମାନଙ୍କୁ ନିଯୁକ୍ତି ଦିଆଯାଉଛି । କିନ୍ତୁ ଯଦି ସେହିମାନେ ଗରିବଙ୍କ ଟଙ୍କା ହଡପ କରିବେ, ନିରୀହ ଗରିବ ଲୋକେ କରିବେ କଣ ।

ଯେମିତି ବଣି ପଚାଂୟତର ୫୦ ରୁ ୬୦ ହିତାଧିକାରୀଙ୍କ ଟଙ୍କାକୁ ଆତ୍ମସାତ କରାଯାଇଛି । ପାଇଖାନା ନିର୍ମାଣ ନିର୍ମଣ ସଂପୂର୍ଣ୍ଣ ହୋଇଛି ଏବଂ ବିଲ୍ ପେମେଟଂ ହୋଇଥିବା ସରକାରୀ ସୂଚନା ରହିଛି ,କିନ୍ତୁ ପାଇଖାନା ପାଇନାହାନ୍ତି କେହି । ଯେଉଁଥିପାଇଁ ଏବେବି ବାହାରକୁ ଶୈାଚ କରିବାକୁ ଯାଉଛନ୍ତି ଶତାଧିକ ଅଧିକାରୀ ।ସେପଟେ ପାଇଖାନା ନିର୍ମାଣ ନାଁରେ ମିଥ୍ୟା ବିଲ୍ ହୋଇଥିବା ନେଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହିତାଧିକାରୀ ।ଅନ୍ୟପକ୍ଷରେ ଏଭଳି ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି ନବ ନିର୍ବାଚିତ ବଣିଆ ସାହି ସରପଚଂ ଓ ଗୋପ ବ୍ଲକ ବିଡିଓ ।ସରକାରଙ୍କ ସବୁ ଯୋଜନା ଗରିବଙ୍କ ପାଇଁ । କିନ୍ତୁ ନିରୀହ ଗରିବ ଯୋଜନାରୁ ବଚିଂତ ରହୁଛନ୍ତି । ତେବେ ଦେଖିବାକୁ ରହିଲା କେବେ ବଣିଆ ସାହି ପଚାଂୟତର ଲୋକଙ୍କୁ ମିଳୁଛି ,ତାଙ୍କ ପାଇଖାନା ଟଙ୍କା । ନା ବିଡଓ ଓ ସରପଚଂ ଦେଇଥିବା ପ୍ରତିଶ୍ରୁତି ସେମିତି ରହିଯିବ ଅଧା । ତାହା ହିଁ ସମୟ କହିବ ।