ମାଡ ଭୟରେ ପୋଲ ଉପରୁ ସମାକୋଇ ନଦୀକୁ ଡେଇଁଲେ ଯୁବକ

ଗାଁ ଲୋକଙ୍କ ମାଡ ଭୟରେ ପୋଲ ଉପରୁ ସମାକୋଇ ନଦୀକୁ ଡେଇଁଲେ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗାଁର ସତ୍ୟାନନ୍ଦ ଦେହୁରୀ । ଭାସି ଯାଉଥିବା ବେଳେ କିଛି ସ୍ଥାନୀୟ ଯୁବକ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ।

0

(କେଉଁଝର) : ଗାଁ ଲୋକଙ୍କ ମାଡ ଭୟରେ ପୋଲ ଉପରୁ ସମାକୋଇ ନଦୀକୁ ଡେଇଁଲେ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗାଁର ସତ୍ୟାନନ୍ଦ ଦେହୁରୀ । ଭାସି ଯାଉଥିବା ବେଳେ କିଛି ସ୍ଥାନୀୟ ଯୁବକ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ତେବେ ସେମାନେ ବିଫଳ ନହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ତେଲକୋଇ ଥାନା ନିକଟ ନଦୀ ଘାଟରୁ ଯୁବକଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଯୁବକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

ସୂଚନାନୁଯାୟୀ ,ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗାଁର ସତ୍ୟାନନ୍ଦ ଦେହୁରୀ ରଜ ବାହାଘର ସମୟରେ ପୂଜାରେ ବ୍ୟବହୃତ ହେଉଥିବା ଜିନିଷ ଚୋରି କରି ନେଇଥିବା ଗାଁ ଲୋକେ ସନ୍ଦେହ କରିଥିଲେ । ଏହାପରେ ଯୁବକଙ୍କୁ ପଚରାଉଚରା କରିବା ପରେ ମୁଁ ବ୍ୟାଙ୍କରୁ ଟଙ୍କା ଉଠାଇ ଜିନିଷ କିଣି ଦେଇଦେବି ବୋଲି ଯୁବକ ଜଣଙ୍କ କହିଥିଲେ । ହେଲେ ସତ୍ୟାନନ୍ଦ ଦୁଇଦିନ ହେବ କୁଆଡେ ଚାଲି ଯାଇଥିଲେ । ତେବେ ଆଜି ଗାଁରେ ସତ୍ୟାନନ୍ଦଙ୍କୁ ଗାଁ ଲୋକେ ଦେଖି ଚୋରି ଜିନିଷ ମାଗିବାରୁ ଯୁବକ ଜଣଙ୍କ ଦୌଡ଼ି ପଳାଇ ଥିଲେ ।