ନୂଆଦିଲ୍ଲୀ: ବଙ୍ଗୋପସାଗରର ଗଭୀର ସମୁଦ୍ରରେ ଭୂକମ୍ପ ।୫.୧ ତୀବ୍ରତା ଭୂକମ୍ପରେ ଥରିଲା ବାଂଲାଦେଶର ଢାକା । ଆଜି ସକାଳ ୮ଟା ୩୨ ମିନିଟରେ ଢାକା ସହ ବାଲାଂଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି । ଏହାର କେନ୍ଦ୍ର ସ୍ଥଳୀ ଥିଲା ବଙ୍ଗୋପସାଗର । ବଙ୍ଗୋପସାରଗର ୧୦ କିମି ଗଭୀରରେ ଏହାର କେନ୍ଦ୍ରସ୍ଥଳ ଥିବା ଆକଳନ କରାଯାଇଛି। ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଦିଗରେ ତଥା ଭାରତ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭୂକମ୍ପ ସୃଷ୍ଟି ହୋଇଥିବା ବାଂଲଶଦେଶ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଭୂମିକମ୍ପର ଦୂରତ୍ବ ଓ ଦିଗ ବିଷୟରେ ସୂଚନା ଦେଇ ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ଲେଖିଛି: ପଶ୍ଚିମବଙ୍ଗର ହଳଦିଆର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୩୭୦ କିଲୋମିଟର୍, କୋଲ୍କାତାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୪୦୯ କିଲୋମିଟର୍, ଓଡ଼ିଶାର ପୁରୀର ପୂର୍ବକୁ ୪୨୧ କିଲୋମିଟର୍ ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୮୯ କିଲୋମିଟର୍ ଦୂରବର୍ତ୍ତୀ ବଙ୍ଗୋପସାଗର ମଧ୍ୟରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଗଠିତ ହୋଇଛି।ଭୂକମ୍ପ ଯୋଗୁଁ କୌଣସି ସ୍ଥାନରେ କ୍ଷୟକ୍ଷତିର ସୂଚନା ନାହିଁ ।ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ପକ୍ଷରୁ ସୂଚନା ଦିଆଯାଇଛି ।