ସ୍ତ୍ରୀ ସ୍ମିତାଙ୍କଠାରୁ ଅଲଗା ହେଲେ ନୀତୀଶ ଭରଦ୍ବାଜ

ପ୍ରସିଦ୍ଧ ଟିଭି ସିରିଏଲ ମହାଭାରତର ‘କୃଷ୍ଣ’ ଚରିତ୍ରରେ ଅଭିନୟ କରୁଥିବା ନୀତୀଶ ଭରଦ୍ବାଜ ସ୍ତ୍ରୀ ସ୍ମିତାଙ୍କଠାରୁ ଅଲଗା ହୋଇଯାଇଛନ୍ତି ।

0

(ମୁମ୍ବାଇ) : ପ୍ରସିଦ୍ଧ ଟିଭି ସିରିଏଲ ମହାଭାରତର ‘କୃଷ୍ଣ’ ଚରିତ୍ରରେ ଅଭିନୟ କରୁଥିବା ନୀତୀଶ ଭରଦ୍ବାଜ ସ୍ତ୍ରୀ ସ୍ମିତାଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଉଭୟେ ବିବାହର ୧୨ବର୍ଷ ପରେ ଅଲଗା ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ନୀତଶ ଏକ ଗଣମାଧ୍ୟମକୁ କଥା ହେବା ସମୟରେ ସ୍ତ୍ରୀ ସ୍ମିତାଙ୍କଠାରୁ ଅଲାଗ ହେବା କଥା ସ୍ବୀକାର କରିଛନ୍ତି । ସେ କହିଛନ୍ତି କି ମୁଁ ଡିଭର୍ସ ଲାଗି ୨୦୧୯ରେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲି । ମୁଁ ଆଉ ଭିତରକୁ ଯିବାକୁ ଚାହୁଁନି ଯେ ଆମ ବିଛେଦର କାରଣ କ’ଣ ଅଟେ । ଏହି ସମୟରେ ମାମଲା କୋର୍ଟରେ ଅଛି । ମୁଁ କେବଳ ଏତିକି କହିପାରିବି କି ବେଳେବେଳେ ଡିଭର୍ସ ମୃତ୍ୟୁଠାରୁ ବି ଅଧିକ କଷ୍ଟ ଦେଇଥାଏ । ବିଶେଷ କରି ଆପଣ ଯେତେବେଳେ ଏକୁଟିଆ ରହୁଛନ୍ତି । ଏହି ସାକ୍ଷାତକାର ସମୟରେ ନୀତିଶଙ୍କୁ ପଚରାଯାଇଥିଲା କି ଆପଣଙ୍କ ଝିଅମାନଙ୍କ ସହ କଥାବାର୍ତ୍ତା ଚାଲିଛି । ଏହାର ଉତ୍ତରରେ ସେ କହିଛନ୍ତି କି ମୁଁ ଏ ସମ୍ପର୍କରେ ଏବେ କିଛି କହିବାକୁ ଚାହୁଁନାହିଁ ସେମାନଙ୍କ ସହ ଭେଟ କରିପାରୁଛି କି ନାହିଁ । ମୁଁ ଅନେକ ଥର ସ୍ମିତାଙ୍କ ସହ କଥା ହେବାକୁ ଚେଷ୍ଟା କରିଛି, ମାତ୍ର ସେ ମ୍ୟାସେଜର କୌଣସି ଜବାବ ଦେଉନାହାନ୍ତି ।