ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ଗିରଫ

0

କଳାହାଣ୍ଡି/ଏସ ବାଗ : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ବହୁ ଚର୍ଚ୍ଚିତ ଅଧ୍ୟକ୍ଷା ମମିତ ମେହେର ହତ୍ୟା ଘଟଣାରେ ସାକ୍ଷୀ ମାନଙ୍କୁ ଧମକ ଦେବା ଅଭିଯୋଗରେ ଦୁଇ ଜଣ ଗିରଫ l ଗିରଫ ଦୁଇ ଜଣ ହେଲେ ମହାଲିଙ୍ଗ କଲେଜ ପ୍ରିନସିପାଲ ରଞ୍ଜିତ ସାହୁ ଏବଂ ଅଧ୍ୟାପକ କୃତି ଚନ୍ଦନ l ସାକ୍ଷୀମାନଙ୍କୁ ପ୍ରଲୋଭିତ ଏବଂ ଧମକାଇବା ଅଭିଯୋଗରେ ଏହି ଦୁଇଙ୍କୁ ଗିରଫ କରିଯାଇଛି । ତେବେ ଗିରଫ ପରେ ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।