ଝୁରୁଛି ଝିଆରୀ ପୁତୁରାଙ୍କୁ : ହାଜତରେ ଭୋ ଭୋ କାନ୍ଦୁଛି ପିଶାଚ ଶିବ

0

ମାହାଙ୍ଗା : ମୋର ସିନା ମୋ ବଡ଼ ଭାଇ ଅଲେଖ ସହିତ ଜମିଜମା ବିବାଦ ଥିଲା, ଆଉ ଏଥିପାଇଁ ସବୁବେଳେ ମୋତେ ମୋ ବଡ଼ ଭାଇ ହଇରାଣ ହରକତ କରୁଥିଲା । ମୁଣ୍ଡକୁ ପିତ ଚଢ଼ି ଗଲା ଆଉ ତାକୁ ମୁଁ ମାରିଦେଲି । ହେଲେ ମୁଁ ମୋ ପୁତରା ଝିଆରୀଙ୍କୁ କାହିଁକି ମୁଁ ମାରିଲି ସେ କଥା ମୁଁ ବୁଝି ପାରୁନାହିଁ, କି କାଳ ବୁଦ୍ଧି ଜୁଟିଲା ମୋତେ, ହେ ଭଗବାନ୍ ମୋତେ କ୍ଷମା କର ଦିଅ, ମୁଁ ଜାଣିଛି ମୋ ପାପର ପ୍ରାୟଶ୍ଚିତ ନାହିଁ, ତଥାପି ଏତିକି ପ୍ରାର୍ଥନା କରିବି ମୋ ଝିଆରୀ ସଂଧ୍ୟା, ପତୁରା ସାହିଲ, ସୌରଭ ଯେଉଁଠି ବି ଥିବେ ଶାନ୍ତିରେ ଥିବେ । ତୁମକୁ ସବୁ ହାଣିଲାବେଳେ ତୁମ ତିନି ଜଣଙ୍କ ସେ ବିକଟାଳ କାନ୍ଦ ମୋର ମନେ ପଡ଼ୁଛି । କିନ୍ତୁ ତୁମେମାନେ ନାଚର ଥିଲ ଆଉ ମୁଁ ବା ଅବା କଣ କରି ପାରିଥାନ୍ତି । ମୁଁ ପରା ପାଲଟି ଯାଇଥିଲି ନର ଭକ୍ଷୀ ରାକ୍ଷାସ ।

ଶିବ ଏମିତି କିଛି ଦୁଃଖ ଭରା କଥା କହିଛି ପୁଲିସ ଆଗରେ । ନିଜ ବଡ ଭାଇ ବଂଶର ପାଂଚ ପାଂଚ ଜଣଙ୍କ ମୁଣ୍ଡ କାଟିବା ପରେ ଶିବ ଚଣ୍ଡାଶୋକରୁ ପାଲଟି ଯାଇଛି ଧର୍ମାଶୋକରେ । ଆଜି ଯେତେବେଳେ ତାକୁ ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା ଆରମ୍ଭ କଲା, ଶିବ ଖାଲି କାନ୍ଦିବାରେ ଲାଗିଛି । ନିଜେ ଘଟାଇଥିବା ଅମାନବୀୟ କାଣ୍ଡ ପାଇଁ ଅନୁତପ୍ତ କରୁଛି । ଆଖିରୁ ତାର ଲୁହ ବନ୍ଦ ହେଉ ନାହିଁ । ତାକୁ ପୁଲିସ ପଚରା ଉଚରା କରିବା ବେଳେ ସେ ପାଲକୁ ପାଲ ହୋଇ ତଳେ ଗଡ଼ି ଯାଉଛି । ଆଉ ପୁଲିସ ଆଗରେ କହୁଛି ଏଭଳି ଅନେକ କଥା । ତେବେ ଶିବର ଏଭଳି କାହାଣୀକୁ ପୁଲିସ ବିଶ୍ୱାସ କରି ପାରୁନାହିଁ । ଏହା ଶିବର ଅଭିନୟ ନା ପୁତୁରା ଝିଆରୀଙ୍କ ପ୍ରତି ଭଲ ପାଇବା ତାହା ସନ୍ଦେହରେ । ତେବେ ଦେଖିବାକୁ ବାକି ରହିଲା ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣା ଆଗକୁ କେଉଁ ରୂପ ନେଉଛି ।