ଶ୍ରୀମନ୍ଦିରରେ ରକ୍ତଛିଟା , ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ରକ୍ତଛିଟା ।ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି ।

0

(ପୁରୀ) : ଶ୍ରୀମନ୍ଦିରରେ ରକ୍ତଛିଟା । ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି । ଫଳରେ ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି । ନୀତିକୁ ବନ୍ଦ କରାଯାଇ ମହାସାନ୍ନ ନୀତି କରାଯାଇଛି। ପ୍ରବଳ ଖରାରେ ବଡ଼ଦାଣ୍ଡରେ ଡହଳ ବିକଳ ହେଉଛନ୍ତି ଭକ୍ତ।

ସୂଚନାନୁଯାୟୀ, ସୋମବାର ଦିନ ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା ପଡିଥିଲା । ଏହାପରେ ତୁରନ୍ତ ମହାପ୍ରଭୁଙ୍କର ମହାସାନ୍ନ ନୀତି କରାଯାଇଛି ।ପ୍ରାୟ ୧ଘଣ୍ଟାରୁ ଅଧିକ ସମୟ ଧରି ଦର୍ଶନ ବନ୍ଦ ରହିଛି। ଅନ୍ୟପଟେ ସୋମବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡାଦାଣ୍ଡରେ ଭକ୍ତଙ୍କ ଲମ୍ବା ଭିଡ ଲାଗିଛି।