ଓଡିଶା

ରଥଯାତ୍ରା ସମୟରେ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ

( ମମତା ସାମଲ) : ଟେଲି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଅସଦାଚରଣ । ରଥଯାତ୍ରା ସମୟରେ ଟେଲି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ଖୋଦ ସେ ସୋସିଆଲ ମିଡିଆରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କିଭଳି ତାଙ୍କ ସହ ରଥଯାତ୍ରାରେ ଦୁର୍ବ୍ୟବହାର କରାଯାଇଛି ଉଲ୍ଲେଖ କରିଛନ୍ତି । ମାହିକା ସୋସିଆଲ ମିଡିଆରେ ଲେଖିଛନ୍ତି ଗତ ୧୪ ତାରିଖରେ ରଥଯାତ୍ରା ମହାଆଳତୀରେ ସାମିଲ ହେବା ପାଇଁ ତାଙ୍କ ବନ୍ଧୁଙ୍କ ସହ ପୁରୀ ଯାଇଥିଲେ । କିଛି ଦୂରରୁ ତାଙ୍କ ଗାଡିକୁ ଅଟକାଇ ଦିଆଯାଇଥିଲା । ସେଠାରୁ ଚାଲି ଚାଲି ଆସୁଥିବାବେଳେ କିଛି ଯୁବକ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏପରିକି ତାଙ୍କୁ ଧକ୍କା ମାରିବା ସହ ଅଶ୍ଲୀଳ ଭାଷା ପ୍ରୟୋଗ କରି ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ । ଭଗବାନ ଏହି ଯୁବକଙ୍କୁ କ୍ଷମା କରନ୍ତୁ ବୋଲି ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ । ତେବେ ଏନେଇ କୌଣସି ଅଭିଯୋଗ କରିନାହାନ୍ତି ।

Related posts

ନନ୍ଦନକାନନକୁ ଆସିଲେ ୧୨ ଶାଗୁଣା

Report

ଓଡ଼ିଆ ପର୍ବ ବକୁଳ ଅମାବାସ୍ୟା

Report

ମାତିଲେଣି ଜୁଆଡି, ଗୋଟିଏ ଜୁଆ ଆଡ୍ଡାରୁ ଧରାହେଲେ ୨୨ ଜୁଆଡି

Report

Leave a Comment