ସ୍ତନ କର୍କଟରୁ ସୁସ୍ଥ ହେଲେ ମହିମା ଚୌଧୁରୀ

0

ବ୍ୟୁରୋ: ସ୍ତନ କର୍କଟରୁ ଭଲ ହେଲେ ମହିମା ଚୌଧୁରୀ । ଆଉ କହିଥିଲେ କେମିତି କଟିଥିଲା ସେହି ସମୟ । ନିଜ ବାପା ମାଙ୍କୁ କଷ୍ଟ ହେବ ବୋଲି ଲୁଚାଇ ରଖିଥିଲେ ଏକ ବଡ ରହସ୍ୟ । ଆଉ ସେ ରହସ୍ୟ ଥିଲା ନିଜ କ୍ୟାନସର ରୋଗର କଥା । ଯାହାକି ସେ ତାଙ୍କ ବାପାମାଆଙ୍କୁ ବି କହିନଥିଲେ । କିନ୍ତୁ ପରେ ସବୁ କଥା ଗଣ ମାଧ୍ୟମରେ ଆସିଯାଇଥିଲା । ଯାହା ପରେ ତାଙ୍କ ବାପା ମାଆ ଜାଣିବାକୁ ପାଇଥିଲେ ତାଙ୍କ ଝିଅର ହୋଇଥିଲା ସ୍ତନ କର୍କଟ ରୋଗ । ହେଲେ ଏବେ ମହିମା ଚୌଧୁରୀ କ୍ୟାନସର ସହିତ ଲଢି ପୁଣି କାମକୁ ଆସିଛନ୍ତି ।

ଅନୁପମ ଏନେଇ ଏକ ଟ୍ୱୁଇଟ କରିଥିଲେ । ଆଉ ତାଙ୍କ ବାପା ମା କହିଥିଲେ ଯେ କିଭଳି ପରିସ୍ଥିତିର ସାମ୍ମା କରିଥିଲେ । ଶାରୁଖାନଙ୍କ ସହିତ ପରଦେଶ ସିନେମାରେ ପ୍ରଥମ ଥର ପାଇଁ ଆସିଥିଲେ ମିହିମା । ଆଉ ଏହା ପରେ ତାଙ୍କୁ ଅନେକ ପସନ୍ଦ ମଧ୍ୟ କରିଥିଲେ । ମହିମା ଚୌଧୁରୀ ବଲିଉଡ ଇଣ୍ଡଷ୍ଟିରେ ଏକ ଏଭଳି ନା ଯାହାଙ୍କ କାମ ହିଁ ତାଙ୍କ ପରିଚୟ । ତେବେ ଏକ ଇଭେଣ୍ଟରେ ଦେଖାଦେଇଥିଲେ ମହିମା ଚୌଧୁର କିଛି ଭିନ୍ନ ରୂପରେ । ତେବେ ମହିମା ଚୌଧୁରୀ ଅନେକ ସାରା ସଂର୍ଘଷ କରିଥିଚ୍ୟୋନସର ସହ ଲଢିବା ପାଇଁ ।

ଏହା ପରେ ସେ ସୁସ୍ଥ ଅନୁଭବ କରିବା ପରେ ପୁଣି ଫେରୁଛନ୍ତି କିଛି କିଛି କାମକୁ । ମହିମା ଚୌଧୁରୀଙ୍କ କ୍ୟାନସର ସଂଘଷରେ ତାଙ୍କ ଝିଅ ତାଙ୍କ ସହିତ ସବୁବେଳେ ଠିଆ ହୋଇଥିଲେ । ତେବେ ଜୁଏଲାରୀ ର ପ୍ରମୋସନ ସମୟରେ ମହିମା ଚୌଧୁରୀକୁ ସ୍ପଟ କରାଯାଇଥିଲା । ଯେଉଥିରେ ମହିମା ଚୌଧୁରୀ ସୁସ୍ଥ ଥିବା ଦେଖିବାକୁ ମିଳିଛି । ତେବେ ଆମ ଦେଶରେ ଅନେକ ମହିଳାଙ୍କୁ ଏହି ରୋଗ ହୋଇଥାଏ । କିଏ ସଂଘର୍ଷ କରି କିଛି ବର୍ଷ ବଂଚିଯାଆନ୍ତି ତ ଆଉ କିଛି ଜଣ ହାରିଯାଆନ୍ତି । ତେବେ ମହିମା ଚୌଧୁରୀ ଯେଉଁଭଳି ଭାବେ ସେ ସଂଘର୍ଷ କରି ସୁସ୍ଥ ହୋଇଛନ୍ତି ତାହା ଉଦାହରଣ ସାଜିଛନ୍ତି ।