ସିବିଆଇ ଅଫିସରେ ମହିମା ମିଶ୍ର ,ଗିରଫ ୪

0

ଭୁବନେଶ୍ୱର:ଶିଳ୍ପପତି ମହିମା ମିଶ୍ର ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହୋଇଥିବା ନେଇ ସୂଚନା ମିଳିଛି ।ଗତକାଲି ସକାଳେ ସିବିଆଇ ଟିମ୍ ମହିମାଙ୍କ କଟକ ଘର, ଅଫିସ୍ ଓ ପାରାଦୀପ ଅଫିସରେ ରେଡ୍ କରିଥିଲା। ଏହା ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସ ଏବଂ ଓଏସଏଲ ର ଠିକା କର୍ମଚାରୀ ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ପଚରାଉଚରା କରିଥିଲା ସିବିଆଇ।

ସେହିପରି ଭୁବନେଶ୍ୱର ସିବିଆଇ ଅଫିସରେ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ପୁଅ ଚନ୍ଦନ ମିଶ୍ରଙ୍କୁ ପଚରାଉଚରା କରିଥିଲା ସିବିଆଇ। ଉଭୟଙ୍କୁ ୨୫ ଲକ୍ଷ ଟଙ୍କା ଲିଙ୍କ୍‌ ନେଇ ଜେରା କରାଯାଇଥିବା ଅନୁମାନ କରାଯାଉଛି ।ତେବେ ଆଜି ମହିମା ମିଶ୍ର  ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।  ସେ କହିଛନ୍ତି ଆଇନ ଉପରେ ମୋର ଶତ ପ୍ରତିଶତ ଭରସା ଅଛି |ତାଙ୍କୁ ଗତକାଲି ପାରାଦ୍ୱୀପ ଗେଷ୍ଟହାଉସରେ ୬ ଘଣ୍ଟା ଧରି ସିବିଆଇ ଜେରା କରିଥିଲା |

ତେବେ ଆଜି ସିବିଆଇ ୪ ଜଣକୁ ଗିରଫ କରିଛି | ଗିରଫ ୪ ଜଣ ହେଲେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ , ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲ  ଅପରେସନ ଡିଜିଏମ୍‌ ସୂର୍ଯ୍ୟ ନାରାୟଣ ସାହୁ । ଗିରଫ ୪ ଜଣଙ୍କୁ ମେଡିକାଲ ଯାଞ୍ଚ ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି।