ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଟେଷ୍ଟି ରସମଲାଇ

0

(ରିପୋର୍ଟରସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ରସମଲାଇ ।
ଆବଶ୍ୟକୀୟ ସାମଗ୍ରୀ: ବ୍ରେଡ-୮ପିସ,କ୍ଷୀର-୨ଗ୍ଲାସ,କଣ୍ଡେସଡ ମିଲ୍କ,ଚିନି,ଦେଶୀ ଘିଅ,କାଜୁ,ବାଦାମ,ପିସ୍ତା,କେସର,ଅଳେଇଚ ଏବଂ ଚିରୋଞ୍ଜି ।
ପ୍ରସ୍ତୁତ ପ୍ରଣାଳୀ: ସର୍ବ ପ୍ରଥମେ କ୍ଷୀରକୁ ଫୁଟାଇ ଦିଅନ୍ତୁ । ଯେତେବେଳେ ଏହା ଫୁଟିଯିବ ସେଥିରେ ଅଳ୍ପ କେସର ପକାଇ ଘୋଡାଇ ଦିଅନ୍ତୁ । ଦୁଇରୁ ତିନି ମିନିଟରେ କ୍ଷୀର ନିଜର ରଙ୍ଗ ଛାଡିଦେବ । କ୍ଷୀରରେ କେସରର ରଙ୍ଗ ଆସିବା ପରେ ପୁର୍ନବାର ଆଞ୍ଚ ଉପରେ ଚଢାଇ ଦିଅନ୍ତୁ । ଏଥିରେ କାଜୁ,ବାଦାମ,ପିସ୍ତା,ଚିରୋଞ୍ଜୀ ପକାଇ ଦିଅନ୍ତୁ ଏବଂ ଧୀମା ଆଞ୍ଚରେ ଫୁଟାନ୍ତୁ । ଏବେ ଏଥିରେ କଣ୍ଡେସଡ ମିଲ୍କ ଏବଂ ଚିନି ମିଶାଇ ଫୁଟାନ୍ତୁ ।
ଏହାପରେ ବ୍ରେଡ ସ୍ଲାଇସ ନେଇ ତାହାକୁ କୌଣସି ଗିନା କିମ୍ବା ଗ୍ଲାସରେ କାଟି ଦିଅନ୍ତୁ । ଯେତେବେଳେ ସବୁ ବ୍ରେଡ ଗୋଲ ଆକାରରେ କଟିଯିବ ସେତେବେଳେ କଡାରେ ଦେଶୀ ଘିଅ ଗରମ କରନ୍ତୁ । ଏବେ ସେଥିରେ କାଟି ରଖିଥିବା ବୈଡ ଖଣ୍ଡକୁ ଘିଅରେ ଟିକେ ଭାଜି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଥିବା କ୍ଷୀରରେ ଭାଜି ରଖିଥିବା ବ୍ରେଡ ଖଣ୍ଡକୁ ପକାଇ ଦିଅନ୍ତୁ । ଏବେ ଏହା ଥଣ୍ଡା ହେବା ପରେ ସର୍ଭ କରନ୍ତୁ ।