ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କୋର୍ଟ ମନିଟଡ଼ ତଦନ୍ତ ନୁହେଁ,କେଉଁ ଆଦେଶ ବଳରେ ହାଇକୋର୍ଟ ଏକ ତଦାରଖ କମିଟି ବସେଇଛନ୍ତି ତାହାର କପିକୁ ସର୍ବ ସାଧାରଣରେ ରଖନ୍ତୁ
ଭୁବନେଶ୍ୱର : ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କୋର୍ଟ ମନିଟଡ଼ ତଦନ୍ତ ନୁହେଁ । କେଉଁ ଆଦେଶ ବଳରେ ହାଇକୋର୍ଟ ଏକ ତଦାରଖ କମିଟି ବସେଇ ଛନ୍ତି ତାହାର କପି କୁ ସର୍ବ ସାଧାରଣରେ ରଖନ୍ତୁ । ହାଇକୋର୍ଟ କୌଣସି ଜୁଡିସିଆଲ ଅର୍ଡର କରି ନାହାନ୍ତି ଯେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଅବସର ପ୍ରାପ୍ତ ଜଷ୍ଟିସ ଜେପି ଦାସ କରିବେ ବୋଲି । ଜଷ୍ଟିସ ଜେପି ଦାସ ଜୁଡିସ୍ୟାରି ଦ୍ୱାରା ନିୟୋଜିତ ହୋଇ ନାହାନ୍ତି । ସରକାର ନିଜ ପାପରେ ହାଇକୋର୍ଟକୁ ସାମିଲ କରନ୍ତୁ ନାହିଁ । ଏହା ସମ୍ପୂର୍ଣ୍ଣ ବେଆଇନ। ନବ ଦାସ ଙ୍କ ସମର୍ଥକ ମାନେ ଆଲୋଚନା କରୁଛନ୍ତି ହତ୍ୟାକାଣ୍ଡ ପଛରେ ଶାସକ ଦଳର ନେତା ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ର ଦାୟିତ୍ୱ ଅଛି କି ନାହିଁ ନବ ଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ହେଉ ବୋଲି । ମୁଖ୍ୟମନ୍ତ୍ରୀ ଚାହୁଁ ନାହାନ୍ତି କି ନବ ଦାସଙ୍କ ହତ୍ୟାକାରୀ କିଏ ତା ଉନ୍ମୋଚିତ ହେଉ ବୋଲି । କ୍ରାଇମବ୍ରାଞ୍ଚ ର ତଦନ୍ତ ପ୍ରକ୍ରିୟା କୁ ବି ନେଇ ଉଠାଇଲେ ପ୍ରଶ୍ନ ।
ନବ ଦାସ କ୍ରାଇମ କରୁଥିଲେ, ସେ ଜଣେ ଅପରାଧୀ,ମାଫିଆ ଗିରି କରୁଥିଲେ ।କିନ୍ତୁ ନବ ଦାସ ଉପରେ ଭରସା କରିଥିଲେ ମୁଖ୍ୟମନ୍ତ୍ରୀ । ଅପରାଧୀମାନଙ୍କୁ ମନ୍ତ୍ରୀ କରିଥିଲେ. ତାଙ୍କୁ ମନ୍ତ୍ରୀ କରିଥଲେ ।ଏହି ହତ୍ୟାକାଣ୍ଡରେ ଷଡ଼ଯନ୍ତ୍ର ରହିଛି । ଶାସକ ଦଳରେ ଏହି ଷଡ଼ଯନ୍ତ୍ର ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନକାହିଁକି ହତ୍ୟା କରାଗଲା ତଦନ୍ତ ଦ୍ୱାରା ସ୍ପଷ୍ଟ କରନ୍ତୁ ।
କରାଇମ ବ୍ରାଞ୍ଚ ତଦନ୍ତ ଉପରେ ତମର ଭରସା ନାହିଁ. ତେଣୁ ହାଇକାର୍ଟ ତଦାରଖ କମିଟି କରିଛନ୍ତି. ଜୁଡ଼ିସିଆଲ ତଦନ୍ତ ହେଉଛି କହିବା ମିଛ. ଅବସର ବିଚାରପତି ଜେପି ଦାସଙ୍କୁ କୋର୍ଟ ନିଯୁକ୍ତି କରି ନାହାନ୍ତି. ଅପରାଧୀଙ୍କୁ ଖସାଇବାକୁ ଚେଷ୍ଟା କରିଛନ୍ତି. ତୃତୀୟ ପକ୍ଷ ସିବିଆଇ ତଦନ୍ତ କରନ୍ତୁ. ଯେଉଁ ଅଧିକରୀ ତଦନ୍ତ କରୁଛନ୍ତି ସେ ପ୍ରମାଣ ନଷ୍ଟକାରୀ ଅଧିକାରୀ. ୧୦ ଦିନ ହେବ ସବୁ ପ୍ରମାଣ ନଷ୍ଟ କରିସାରିଲେଣି ବୋଲି କହିଛନ୍ତି ବିଜେପି ବରିଷ୍ଠ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ।