ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଫିଲ୍ମ ନିର୍ଦ୍ଦେଶକ

ଦୁଷ୍କର୍ମ ଅଭିଯୋଗରେ ମଲୟାଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ଗିରଫ କରିଛି ପୋଲିସ ।

0

(ମୁମ୍ବାଇ) : ଗିରଫ ହେଲେ ଫିଲ୍ମ ନିର୍ଦ୍ଦେଶକ ।  ଦୁଷ୍କର୍ମ ଅଭିଯୋଗରେ ମଲୟାଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ବିରୋଧରେ କାକିନଡା ସ୍ଥିତ ଇନ୍‌ଫୋପାର୍କ ପୁଲିସ ଷ୍ଟେସନରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ତାଙ୍କ ଗିରଫଦାରୀ ଯୋଗୁଁ ତାଙ୍କ ଫିଲ୍ମ ମଧ୍ୟ ଅଟକି ଯାଇଛି।

 

ସୂଚନାନୁଯାୟୀ ,  ଡିସେମ୍ବର ୨୦୨୦ରୁ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଉକ୍ତ ନିର୍ଦ୍ଦେଶକ ଜଣକ ତାଙ୍କୁ ଶୋଷଣ କରିଛନ୍ତି। ଦୁହିଁଙ୍କ ଦେଖାସାକ୍ଷାତ ସୋଶାଲ ମିଡିଆ ଜରିଆରେ ହୋଇଥିଲା। ଲିଜୁ ଉକ୍ତ ମହିଳା ସହ ଲିଭ୍‌ ଇନ୍‌ରେ ମଧ୍ୟ ରହୁଥିଲେ। ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ନିର୍ଦ୍ଦେଶକ ଜଣ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିନ୍ତୁ ପରେ ଲିଜୁ ବିବାହ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ଏହାକୁ ନେଇ ପୀଡିତା ମହିଳା ଜଣକ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ ବୋଲି କହିଛନ୍ତି।