ସୁରଜକୁଣ୍ଡ ଚିନ୍ତନ ଶିବିରରେ ଯୋଗଦେଲେନି ମମତା

0

ଭୁବନେଶ୍ୱର :ପୁଣି ମମତାଙ୍କ ନାଁ । ଶାହାଙ୍କ ଚିନ୍ତନ ଶିବିରକୁ ମନା କରିଦେଲେ ମମତା । ଗୃହ ବିଭାଗ ଦାୟିତ୍ବରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହରିୟାଣାର ସୂରଜକୁଣ୍ଡରେ କେନ୍ଦ୍ର ସରକାର ଆୟୋଜନ କରିଥିବା ରାଜ୍ୟ ଗୃହମନ୍ତ୍ରୀଙ୍କ ଦୁଇଦିନିଆ ସମାବେଶ ‘ଚିନ୍ତନ ଶିବିର’ରେ ଯୋଗ ଦେବେନାହିଁ ମମତା। ପଶ୍ଚିମବଙ୍ଗ ସରକାରଙ୍କର ଜଣେ ଉଚ୍ଚସ୍ତରୀୟ ଅଧିକାରୀ କହିଛନ୍ତି, ଆଜିଠାରୁ ଆରମ୍ଭ ହେଉଥିବା ‘ଚିନ୍ତନ ଶିବିର’କୁ ମମତା ବାନାର୍ଜୀଙ୍କ ସରକାର ଗୃହ ସଚିବ ବି. ପି. ଗୋପାଳିକା ଅଥବା ପୁଲିସ ମହାନିର୍ଦେଶକ ମନୋଜ ମାଲବୀୟଙ୍କୁ ନ ପଠାଇ ଅତିରିକ୍ତ ମହାନିର୍ଦେଶକ (ଗୃହରକ୍ଷୀ) ନୀରଜ କୁମାର ସିଂହଙ୍କୁ ପଠାଇବେ।

ନୂଆଦିଲ୍ଲୀରେ ଅବସ୍ଥାପିତ ପଶ୍ଚିମବଙ୍ଗ ‘ରେସିଡେଣ୍ଟ୍ କମିସନର୍’ ରାମ ଦାସ ମୀନା ମଧ୍ୟ ଉକ୍ତ ଶିବିରରେ ଯୋଗ ଦେବେ ବୋଲି ସେ କହିଛନ୍ତି।କିନ୍ତୁ ମମତା ଏଥିରେ ଯୋଗ ଦେବେ ନାହିଁ। ଗୃହ ବିଭାଗର ଦାୟିତ୍ୱରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ହରିୟାଣାର ସୁରଜକୁଣ୍ଡରେ କେନ୍ଦ୍ର ଦ୍ୱାରା ଡକାଯାଇଥିବା ଦୁଇ ଦିନିଆ ଗୃହମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ସେ କହିଛନ୍ତି ଏହା ହେଉଛି ପାର୍ବଣର ସମୟ ଏବଂ ସେଠାରେ ଅନେକ କାର୍ଯ୍ୟ ଲାଗି ରହିଛି। ଗୁରୁବାର ଭାଇ ଦୁଜ ଅନୁଷ୍ଠିତ ହେବ ଏବଂ ଖୁବ ଶୀଘ୍ର ‘ଛଟ ପୂଜା’ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ଛାଡିବା ସମ୍ଭବ ନୁହେଁ। ତେଣୁ ଆମ ଗୃହ ସଚିବ ତଥା ଡିଜିପି ମୁଖ୍ୟମନ୍ତ୍ରୀଙ୍କ ସମାନ କାରଣରୁ ଚିନ୍ତନ ଶିବରରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଅଧିକାରୀ ଜଣକ ପିଟିଆଇକୁ ସୂଚନା ଦେଇ କହିଛନ୍ତି।

ସୂଚନାମୁତାବକ କେନ୍ଦ୍ର ଗୃହ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତ ମାସରେ ବାନାର୍ଜୀଙ୍କୁ ନିମନ୍ତ୍ରଣ ପଠାଇଥିଲେ।ଏହି ବୈଠକରେ ଶାହା ସମସ୍ତ ରାଜ୍ୟର ଗୃହମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଏହାସହ ଏହି ଦୁଇଦିନିଆ ‘ଚିନ୍ତନ ଶିବିର’ରେ ‘ସାଇବର ଅପରାଧ’ ମୁକାବିଲା ନିମନ୍ତେ ‘ଇକୋସିଷ୍ଟମ୍’ ବିକାଶ, ଅପରାଧିକ ବିଚାର କ୍ଷେତ୍ରରେ ‘ଆଇଟି’ର ବ୍ୟବହାର ବୃଦ୍ଧି, ମହିଳାମାନଙ୍କ ନିରାପତ୍ତା, ତଟ ସୁରକ୍ଷା ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ନିରପତ୍ତା ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରାଯିବ।ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୮ ରେ ଅର୍ଥାତ ଶେଷ ଦିନରେ ସେମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।