ମାନସ ମଙ୍ଗରାଜ ହେଲେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା

0

ନୂଆଦିଲ୍ଲୀ:ନୂତନ ଭାବେ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ବିଜେଡି ସାଂସଦମାନସ ମଙ୍ଗରାଜଙ୍କୁ ମିଳିଛି ଗୁରୁଦାୟିତ୍ୱ |  ମାନସ ମଙ୍ଗରାଜଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି |  ସେନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି |ସେହିପରି ପୂର୍ବରୁ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ବା MPEDAର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ସାଂସଦ ମାନସ ମଙ୍ଗରାଜ । ଏହା ପୂର୍ବରୁ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଜଣେ ନୂତନ ସାଂସଦଂକୁ ଏପରି ଦୁଇ ଦୁଇଟି ଦାଇତ୍ୱ ମିଳିବ ସହ କମିଟିରେ ସଦସ୍ୟ ଭାବେ ମନୋନୀତ କରାଯିବା  ଏକ ବଡ ଘଟଣା ବୋଲି ଏନେଇ ଚର୍ଚା ଯୋର ଧରିଛି |