ଠକେଇ ମାମଲାରେ ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କଲା ମଞ୍ଚେଶ୍ୱର ଥାନା ପୁଲିସ

0

ଭୁବନେଶ୍ୱର:ଗତ କାଲି ଏକ ଠକେଇ ମାମଲାରେ ମଞ୍ଚେଶ୍ୱର ଥାନାରେ ଏକ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗକାରୀ ଶ୍ରୀ ଅଜୟ ସାହାଙ୍କ ଅଭିଯୋଗକ୍ରମେ ମଞ୍ଚେଶ୍ଵର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଆଜି ଅଭିଯୁକ୍ତ ସୁମିତ ପାଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବ୍ରିଜନନ୍ଦନ ପ୍ରସାଦ ଆଣ୍ଡ ସନ୍ସ ନାମରେ ଅଭିଯୋଗକାରୀଙ୍କ ଏକ କମ୍ପାନୀ ଥିଲା । ନୂତନ ଭାବେ ଘର ନିର୍ମାଣ କରିଦେବା ଲାଗି ସେ ବିଭିନ୍ନ ଲୋକଙ୍କ ସହିତ ଡିଲ କରୁଥିଲେ । । ସମୟ କ୍ରମେ ସେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅଭିଯୋଗକାରୀଙ୍କ କମ୍ପାନୀ ଦ୍ଵାରା ନିର୍ମାଣ କରାଯାଉଥିବା ନୂତନ ବିଲଡିଙ୍ଗ ମାନଙ୍କରେ ୟୁପିଭିସି ଝରକା, ଏଫଆରପି କବାଟ, ଏବଂ ଫଲ୍ସ ସିଲିଙ୍ଗ କରିବା ଲାଗି ଅଭିଯୋଗକାରୀଙ୍କ ସହିତ ଡିଲ କରିଥିବା ବେଳେ ତା.୨୫.୧୦.୨୦୨୧ ରିଖରେ ଅଭିଯୁକ୍ତ ଜଣକ ତାଙ୍କ ନିକଟରେ ୧,୧୪,୧୮,୩୦୩ଟଙ୍କାର କୋଟେସନ ଦାଖଲ କରିଥିଲେ । ଦାଖଲ ହୋଇଥିବା କୋଟେସନ ଅନୁଯାଇ ଅଭିଯୋଗକାରୀ ଜଣକ ଅଭିଯୁକ୍ତଙ୍କୁ ୪୭,୫୦,୦୦୦ ଟଙ୍କା ଅଗ୍ରୀମ ଆକାରରେ ଦେଇଥିଲେ । କିନ୍ତୁ ଅଭିଯୁକ୍ତ ଜଣକ ନେଇଥିବା ଅଗ୍ରୀମ ଟଙ୍କା ମଧ୍ୟରୁ ମୋଟ ୨୬,୪୪,୨୮୯ ଟଙ୍କାର କାର୍ୟ୍ୟ କରିଥିଲେ । ଏଣୁ ବଳକା ଟଙ୍କା ଫେରାଇବା ଲାଗି ଅଭିଯୁକ୍ତଙ୍କୁ କହିବାରୁ, ଅଭିଯୁକ୍ତ ଜଣକ ରସୁଲଗଡ ଠାରେ ଥିବା ଆଇସିଆଇ ବ୍ୟାଙ୍କର ଏକ ଚେକ ଦେଇଥିଲେ, ଯାହାକି ପର୍ୟ୍ୟାପ୍ତ ଟଙ୍କା ନଥିବାରୁ ତାହା ବାଉନ୍ସ ହୋଇଯାଇଥିଲା । ଏହି ଘଟଣା ପରେ ଅଭିଯୋଗକାରୀ ଜଣକ ଅଭିଯୁକ୍ତଙ୍କୁ ଅନେକ ଥର ଯୋଗାଯୋଗ କରିବା ଲାଗି ଚେଷ୍ଟା କରିବା ସତ୍ବେ ଅଭିଯୁକ୍ତ ଜଣକ ଆଉ ତାଙ୍କୁ ଧରାଛୁଆଁ ଦେଇନଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ଵର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତ ସୁମିତ ପାଠୀଙ୍କୁ ଗିରଫ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।