ମନ୍ଦାକିନୀଙ୍କୁ ଶିଶୁ ସୁରକ୍ଷା ଦାୟିତ୍ୱ

0

ଭୁବନେଶ୍ୱର (ହରପ୍ରସାଦ ବିଶୋଇ) ;-ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷ ହେଲେ ମନ୍ଦାକିନୀ କର। ଏନେଇ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ସୂଚନା । ଏହା ପୂର୍ବରୁ ଏହି ପଦବୀରେ ସାନ୍ଧ୍ୟବତୀ ପ୍ରଧାନ ଦାୟିତ୍ ରେ ରହିଥିବା ବେଳେ ବର୍ତ୍ତମାନ ମନ୍ଦାକିନୀ କରଙ୍କୁ ମିଳିଛି ଏହି ଦାୟିତ୍ୱ। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ରାଜ୍ୟରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ ରୋକିବା ସହ ଶିଶୁ ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିଥାଏ। ମନ୍ଦାକିନି କର ପୂର୍ବରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦଶ୍ୟ ଥିଲେ ।  ଆଗରୁ ମଧ୍ୟ ସେ ଶିଶୁ ମାନଙ୍କ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଏହି ଦାୟିତ୍ୱ ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି |