ଫିଲ୍ମ ‘ପୋନ୍ନିୟିନ ସେଲବନ’ରେ ନଜର ଆସିବେ ଐଶ୍ୱର୍ଯ୍ୟା

ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୋନ୍ନିୟିନ ସେଲବନ’ରେ ରୟାଲ ଓ ସିମ୍ପଲ ଲୁକ୍‌ରେ ନଜର ଆସିବେ ଐଶ୍ୱର୍ଯ୍ୟା ।

0

(ମୁମ୍ବାଇ) : ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୋନ୍ନିୟିନ ସେଲବନ’ରେ ରୟାଲ ଓ ସିମ୍ପଲ ଲୁକ୍‌ରେ ନଜର ଆସିବେ ଐଶ୍ୱର୍ଯ୍ୟା । ଏହି ଫିଲ୍ମ ୨ ଭାଗରେ ରିଲିଜ ହେବ । ପ୍ରଥମ ଭାଗ ସେପ୍ଟେମ୍ବର ୩୦ରେ ରିଲିଜ ହେବ ବୋଲି ସୂଚନା ମିଳିଛି । ମଦ୍ରାସ ଟକିଜ ଓ ଲାଇକା ପ୍ରଡକସନ ବୁଧବାର ନିଜ ଫିଲ୍ମ ‘ପୋନ୍ନିୟିନ ସେଲବନ’ ର ଫାଷ୍ଟ ପୋଷ୍ଟର ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

ସୂଚନାନୁଯାୟୀ , ଏହି ଫିଲ୍ମ ଦଶମ ଶତାଦ୍ଦିର କାଳ୍କୀ କୃଷ୍ଣାମୂର୍ତ୍ତିଙ୍କ ଦ୍ୱାରା ଲିଖିତ ମହାକାବ୍ୟ ‘କାଳ କେ ଉପନ୍ୟାସ’ ଉପରେ ଆଧାରିତ । ଏହି ଫିଲ୍ମର ମ୍ୟୁଜିକ ଏଆର ରେହମାନ କମ୍ପୋଜ କରିଛନ୍ତି। ଏହି ଫିଲ୍ମର ସ୍କ୍ରିନ ପ୍ଲେ ମଣିରତ୍ନମଙ୍କ ସମେତ ଇଳାଙ୍ଗୀ କୁମାରାବଲ ଓ ବି ଜୟମୋହନ ଲେଖିଛନ୍ତି। ଏହି ଫିଲ୍ମରେ ସବୁ ଷ୍ଟାରକାଷ୍ଟଙ୍କୁ ଅଲଗା ଗେଟଅପ୍‌ ଦିଆଯିବା ପାଇଁ ଚେଷ୍ଟା କରାଯାଇଛି।