ସେପ୍ଟେମ୍ବର ୩୦ରେ ରିଲିଜ ହେବ ଫିଲ୍ମ ‘ପୋନ୍ନିୟିନ୍‌ ସେଲ୍‌ଭାନ ଆଇ’

ଫିଲ୍ମ ‘ପୋନ୍ନିୟିନ୍‌ ସେଲ୍‌ଭାନ ଆଇ’ରେ ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫାଷ୍ଟ ଲୁକ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

0

(ମୁମ୍ବାଇ) : ଫିଲ୍ମ ‘ପୋନ୍ନିୟିନ୍‌ ସେଲ୍‌ଭାନ ଆଇ’ରେ ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫାଷ୍ଟ ଲୁକ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ପୋଷ୍ଟର ଜାରି କରିବା ସହିତ ଫିଲ୍ମମେକର୍‌ ଏହି ବହୁପ୍ରତୀକ୍ଷିତ ଫିଲ୍ମର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଫିଲ୍ମଟି ଥିଏଟରକୁ ଆସିବ ବୋଲି ସ୍ପଷ୍ଟ ହୋଇଛି ।

ସୂଚନାନୁଯାୟୀ ,ଫିଲ୍ମର ପୋଷ୍ଟର୍‌ରେ ଐଶ୍ୱର୍ଯ୍ୟାଙ୍କ ଲୁକ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ଧୂସର ରଙ୍ଗର ରେଶମ ଶାଢ଼ି ଓ ସୁନା ଗହଣାରେ ସେ ନଜର ଆସିଛନ୍ତି । ଗୋଟିଏ ପାଶ୍ୱର୍ରେ କେଶକୁ ସେ ଜୁଡ଼ା କରିଛନ୍ତି । ଯଦି ମିଡିଆ ରିପୋର୍ଟ ସତ ହୁଏ, ତେବେ ‘ପୋନ୍ନିୟିନ୍‌ ସେଲଭାନ୍‌: ଆଇ’ରେ ଐଶ୍ୱର୍ଯ୍ୟାଙ୍କ ଡବଲ୍‌ ରୋଲ୍‌ ଦେଖିବାକୁ ପାଇବେ ସିନେପ୍ରେମୀ । ସେ ଏକସଙ୍ଗେ ନନ୍ଦିନୀ ଓ ମନ୍ଦାକିନୀ ଦେବୀ ଭୂମିକାରେ ନଜର ଆସିବେ । ଫିଲ୍ମର ଫାଷ୍ଟ୍‌ଲୁକ୍‌ ପୋଷ୍ଟରରେ କ୍ୟାପ୍‌ସନ ରହିଛି ‘ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ବଡ଼ ପରଦାକୁ ଆସିବ ସୁବର୍ଣ୍ଣ ଯୁଗ ।’