ଶାଙ୍ଖମାଝୀ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟରେ ମାଣିକପୁର ଏ ଚାମ୍ପିଆନ

0

ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକର ବ୍ରାହ୍ମଣବୋଷ ଗ୍ରାମରେ ରବିବାର ଦିନ ଅଗ୍ରଣୀ ଫୁଟବଲ କ୍ରୀଡା ଅନୁଷ୍ଠାନ ବିଦୁଚାନ୍ଦନ ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ ଏକଦିବସୀୟ ୧୯ ତମ ଶାଙ୍ଖମାଝୀ ମେମୋରିଆଲ ଫୁଟବଲ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ଟି ଫୁଟବଲ ଟିମ୍ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସାହିବା ସୁଶିଲ ହାଁସଦା ଏବଂ ମୁଖ୍ୟ ଆକର୍ଷଣ ଅନ୍ତର୍ଦେଶୀୟ ଖ୍ୟାତନାମା ଜୁନିଅର ପ୍ରାକ୍ତନ ଫୁଟବଲ ଖେଳାଳି ତଥା ଫୁଟବଲ ଯାଦୁକାର ଧର୍ମପଦ ମହାନ୍ତ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲରେ ମାଣିକପୁର ଏ ବାଲିଆସାହିକୁ ହରାଇ ଚମ୍ପିଆନ ହୋଇଛି । ପଡିଆରେ ଖେଳର ଭରପୁର ମଜା ନେଇଥିଲେ ଦର୍ଶକ ଓ ଫୁଟବଲ ପ୍ରେମୀ । ମୁଖ୍ୟ ଅତିଥି ସାହିବା ସୁଶିଲ ହାଁସଦା, ସମ୍ମାନିତ ଅତିଥି ଧର୍ମପଦ ମହାନ୍ତ ଚମ୍ପିଆନ ମାଣିକପୁର ଏ ଦଳକୁ ୨୦,୦୦୦ଟଙ୍କା, ରନର୍ସ ଅପକୁ ବାଲିଆସାହି ଟିମକୁ ୧୫,୦୦୦ ଟଙ୍କା ଏବଂ ତୃତୀୟ ବିଜେତା ମାଣିକପୁର ବି ଟିମକୁ ୧୦,୦୦୦ ଟଙ୍କା ପ୍ରଦାନ କରିଥିଲେ । ବିଶିଷ୍ଟ କ୍ରୀଡା ଘୋଷକ ମନୋରଂଜନ ପରମାଣିକ ଖେଳର ଧାରା ବିବରଣୀ କରିଥିଲେ । ଫଟବଲ ଖେଳକୁ ଜନପ୍ରିୟ କରାଇବାରେ ବିଦୁଚାନ୍ଦନ ସ୍ପୋର୍ଟିଙ୍ଗର ସମସ୍ତ କାର୍ୟ୍ୟକର୍ତାଙ୍କୁ ସାଧାରଣରେ ପ୍ରଶଂଶା କରାଯାଇଛି ।