ଫେସନ ଡିଜାଇନର ମନୀଷ ମାଲହୋତ୍ରା କରୋନାରେ ସଂକ୍ରମିତ

0

(ମୁମ୍ବାଇ) : ବଲିଉଡର ଜଣାଶୁଣା ଫେସନ ଡିଜାଇନର ମନୀଷ ମାଲହୋତ୍ରା କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯାହା କ୍ରସ୍‌ ସାଇନ୍‌ ଅଟେ। ଏହା ସହିତ ସେ କ୍ୟାପସନ୍‌ରେ ଲେଖିଛନ୍ତି କି, ‘ମୋର କରୋନା ପଜିଟିଭ୍ ଆସିଛି। ମୁଁ ତୁରନ୍ତ ନିଜକୁ ଆଇସୋଲେଟ କରିନେଇଛି ଏବଂ ମୁଁ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ରହିବି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ସମସ୍ତ ସୁରକ୍ଷା ନିର୍ଦ୍ଦେଶର ପାଳନ କରୁଛି। ଦୟାକରି ସୁରକ୍ଷିତ ରୁହନ୍ତୁ ନିଜର ଧ୍ୟାନ ରଖନ୍ତୁ ।’

 ମନୀଷଙ୍କ ଏହି ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।