ଗଙ୍ଗା ନଦୀ ବାଲିରେ ପୋତି ହୋଇଥିବା ଅନେକ ମୃତଦେହ ଉଦ୍ଧାର

ବାଲିରେ ପୋତି ହୋଇଥିବା ଅନେକ ମୃତଦେହ ମିଳିଛି । ଉକ୍ତ ଅଞ୍ଚଳରେ ଏକାଧିକ ମୃତଦେହ ଏବେଵି ଉଦ୍ଧାର କରାଯାଉଛି

0

(ଦିଲ୍ଲୀ) : ଦେଶରେ କରୋନା ମହାମାରୀ ପୁରା ମେରୁହାଡ ଭାଙ୍ଗି ଦେଇଛି । ଉତ୍ତର ପ୍ରଦେଶର ଗଙ୍ଗା ନଦୀର ଉପକୂଳବର୍ତ୍ତୀ ଉନ୍ନାଓରେ ଗଙ୍ଗା ନଦୀ ନିକଟରେ ବାଲିରେ ପୋତି ହୋଇଥିବା ଅନେକ ମୃତଦେହ ମିଳିଛି । ଉକ୍ତ ଅଞ୍ଚଳରେ ଏକାଧିକ ମୃତଦେହ ଏବେଵି ଉଦ୍ଧାର କରାଯାଉଛି । ମୃତଦେହ ମିଳିବାର ସୂଚନା ପାଇବା ପରେ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନ ଏବେ ଅନ୍ୟ ମୃତଦେହ ଖୋଜୁଛି।

ଏହି ପ୍ରସଙ୍ଗରେ ଉନ୍ନାଓ ଜିଲ୍ଲାପାଳ କହିଛନ୍ତି, “ଆମ ଟିମକୁ ନଦୀଠାରୁ କିଛି ଦୂରରେ ପୋତା ହୋଇଥିବା ମୃତଦେହ ମିଳିଛି| ଅନ୍ୟ ଅଞ୍ଚଳରେ ଆହୁରି ମୃତଦେହ ଖୋଜା ଚାଲିଛି। ମୁଁ ଆମ ଦଳକୁ ପଚରା ଉଚରା କରିବାକୁ କହିଛି। ଏହା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ|