ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ସିଦ୍ଧାର୍ଥ ରୟ କପୁର

0

ମୁମ୍ବାଇ :ଆଜି ହେଉଛି ବଲିଉଡର ନାୟିକା ବିଦ୍ୟାବାଲାନଙ୍କ ସ୍ୱାମୀ ତଥା ସଫଳ ବ୍ୟବସାୟୀ ଓ ପ୍ରସିଦ୍ଧ ଚଳଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କ ଜନ୍ମଦିନ |୨ ଅଗଷ୍ଟ ୧୯୭୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ |ସିଦ୍ଧାର୍ଥ ଏକ ଚଳଚ୍ଚିତ୍ର ପରିବାରର ଅଟନ୍ତି । ତାଙ୍କ ମାଆ ଶାଲୋମି ରୟ କାପୁର ଜଣେ ପୂର୍ବତନ ମିସ୍ ଇଣ୍ଡିଆ। ତାଙ୍କର ଦୁଇ ଭାଇ ଅଛନ୍ତି- କୁଣାଲ ରୟ କାପର, ଆଦିତ୍ୟ ରୟ କାପୁର । ଉଭୟ ଫିଲ୍ମ ଅଭିନେତା ଭାବରେ ବଲିଉଡରେ ସକ୍ରିୟ ଅଛନ୍ତି ।ସେ ରୟ କପୁର ଫିଲ୍ମସର ପ୍ରତିଷ୍ଠାତା ଅଟନ୍ତି । ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଦେଇଛନ୍ତି ସେମାନଙ୍କ ମଧ୍ୟରେ ଦଙ୍ଗଲ’, ‘ସତ୍ୟାଗ୍ରହ’, ‘ଚେନ୍ନାଇ ଏକ୍ସପ୍ରେସ’, ‘ହିରୋଇନ୍’, ‘ବର୍ଫି’ ଭଳି ଅନେକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

ସେହିପରି ସିଦ୍ଧାର୍ଥ ୨୦୧୨ ଡିସେମ୍ବର ୧୪ରେ ବିଦ୍ୟା ବାଲନଙ୍କୁ ବିବାହ କରିଥିଲେ |ପୂର୍ବରୁ ମଧ୍ୟ ସେ ଆଉ ଦୁଇଟି ବିବାହ କରିଥିଲେ |ସିଦ୍ଧାର୍ଥ ତାଙ୍କର ପିଲାଦିନର ବନ୍ଧୁ ଆରତୀ ବଜାଜଙ୍କୁ ପ୍ରଥମ ଥର ବିବାହ କରିଥିଲେ। ତେବେ ଏହି ବିବାହ ବେଶୀ ଦିନ ତିଷ୍ଠି ରହିଲା ନାହିଁ ଏବଂ ଦୁହେଁ ପରସ୍ପରକୁ ଛାଡପତ୍ର ଦେଇଥିଲେ । ଆରତୀ ବଜାଜଙ୍କ ପରେ ସିଦ୍ଧାର୍ଥ ଟିଭି ନିର୍ମାତା କବିତାଙ୍କୁ ବିବାହ କରିଥିଲେ । ସେମାନଙ୍କର ବିବାହ ମଧ୍ୟ ସଫଳ ହୋଇପାରିଲା ନାହିଁ ଏବଂ ୨୦୧୧ ମସିହାରେ କବିତା ଏବଂ ସିଦ୍ଧାର୍ଥ ଛାଡପତ୍ର ହୋଇ ଅଲଗା ହୋଇଗଲେ । ଏହା ପରେ ସିଦ୍ଧାର୍ଥ ବିଦ୍ୟାଙ୍କୁ ହୃଦୟ ଦେଇ ବସିଲେ ।ସେହିପରି ସେ ବିଦ୍ୟାଙ୍କୁ କେବଳ ଦୁଇ ପରିବାରର ଉପସ୍ତିତିରେ ବିବାହ କରିଥିଲେ |