ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଦୁଇ ଆତଙ୍କବାଦୀ ନିହତ । ଓଡିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ମାଡିଗାମାଲୁ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଆଜି ଭୋରରୁ ମାଡିଗାମାଲୁ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରଥମେ ସୁରକ୍ଷା ବାହିନୀକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେବା ସହ ଗୁଳିଚାଳନା କରିଥିଲେ । ସୁରକ୍ଷା କର୍ମୀଙ୍କ ପାଲଟା ଗୁଳି ଚାଳନାରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ଏନେଇ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଂଚଳରେ କମ୍ବିଂ ଅପରେସକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ସହିତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ସେହିପରି ଓଡିଶା ସୀମାନ୍ତକୁ ମାଲକାନଗିରି ପୋଲିସ ବନ୍ଦ କରିଥିବା ଜଣାପଡିଛି ।