ଉପସ୍ଥିତ ଜାହିର କଲା ଲାଲବାହିନୀ, ଏକା ସାଙ୍ଗରେ ଜାଳିଦେଲା ୧୨ଟି ଗାଡି

0

ମାଲକାନଗିରି :ପୁଣି ଥରେ ନିଜ ଉପସ୍ଥିତ ଜାହିର କଲା ଲାଲବାହିନୀ । ନିଜ ଉପସ୍ଥିତ ଜାହିର ପାଇଁ ମାଓବାଦୀ କରିଛନ୍ତି ତୁମୂଳକାଣ୍ଡ । ଏକା ସାଙ୍ଗରେ ୧୨ ଟି ଗାଡି ଜାଳିଦେଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀ ଘଟାଇଛନ୍ତି ଏଭଳି କାଣ୍ଡ । କାଙ୍କେର ଜିଲ୍ଲା କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଥିବା ଗାଡି ଗୁଡ଼ିକୁ ଜାଳି ଦେଇଛନ୍ତି ମାଓବାଦୀ । ଦୁଇଟି ଜେସିବି, ଦୁଇଟି ଡୋଜର ସହ ୮ଟି ଟ୍ରାକ୍ଟରକୁ ଜାଳି ଦେଇଛନ୍ତି ମାଓବାଦୀ ।
ମିଳିଥିବା ସୂଚନାନୁସାରେ, ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରୁଥିଲେ । କିନ୍ତୁ ନିର୍ମାଣ କାର୍ଯ୍ୟ ହେବାରୁ ନିଜର ଦବ୍ ଦବା ଜାହିର ସହ ଲୋକଙ୍କୁ ଭୟଭୀତ କରିବାକୁ ଏଭଳି କାଣ୍ଡ ଘଟାଇଛନ୍ତି ମାଓବାଦୀ ।