ସିନ୍ଧି ଜଙ୍ଗଲରେ ଏସଓଜି ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ମହିଳା ମାଓବାଦୀ ମୃତ

0

କନ୍ଧମାଳ ( ବନବାସୀ ପ୍ରଧାନ):- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତର ପୋଖରୀବନ୍ଧ ସିନ୍ଧି ଜଙ୍ଗଲରେ ମାଓବାଦୀ ପୋଲିସ ମଧ୍ୟରେ ଗୁଳିବିନିମୟ ।ଗୁଳିବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଏସଓଜି ଯବାନଙ୍କ କୁମ୍ବିଂ ଅପରେସନ୍ ବେଳେ ହୋଇଥିଲା ଗୁଳି ବିନିମୟ । ଘଟଣା ସ୍ଥଳରୁ କିଛି ମାଓବାଦୀ ଖସି ଯାଇଥିବା ସୂଚନା ମିଳିଛି ।

କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ମାଓ ସଂଗଠନ । ଜଙ୍ଗଲରେ ମାଓବାଦୀମାନେ ଜିଲ୍ଲାରେ ବାରମ୍ବାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର ମାରି ନିଜର ସ୍ଥିତି ଜାହିର କରିଛନ୍ତି ।ଗତକାଲି ଏସଓଜି ବାହିନୀ ପକ୍ଷରୁ ପୋଖରୀ ବନ୍ଧ ସିନ୍ଧି ଜଙ୍ଗଲରେ ମାଓ ଅପରେସନ୍ ବେଳେ ମୁହାଁମୁହିଁ ହୋଇଥିଲେ ଏସଓଜି ଓ ମାଓବାଦୀ । ଘମାଘୋଟ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀ ଟଳି ପଡିଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁ ମହିଳା ମାଓବାଦୀଙ୍କୁ ଫୁଲବାଣୀ ନିଆଯାଇଥିବା ସୂଚନା ମିଳିଛି ।