ଆତ୍ମସମର୍ପଣ କରିବାରୁ ମାରିଦେଲେ ମାଓବାଦୀ

0

ମାଲକାନଗିରି(ସୂର୍ୟ୍ୟକାନ୍ତ ବେହେରା): ଲାଲବାହିନୀ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲା ଲାଲବାହିନୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଏଭଳି ଏକ ଘଟଣା ଘଟିଛି ଛତିଶଗଡ ବିଜାପୁର ଜିଲ୍ଲାରେ । ମୃତକ ଜଣକ ହେଉଛନ୍ତି ଗାଙ୍ଗାଲୁର ଗାଁର ରାଜୁ ବେଞ୍ଜାମ । ୯ ବର୍ଷ ଧରି ମାଓ ସଂଗଠନ ସହ ଜଡ଼ିତ ଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ ଅନେକ ହିଂସାକାଣ୍ଡରେ ସଂପୃକ୍ତ ଥିଲେ ରାଜୁ ବେଞ୍ଜାମ୍ । ଶେଷରେ ନିଜ ପରିବାର କଥା ଚିନ୍ତା କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ରାଜୁ । କିନ୍ତୁ ଗତକାଲି ରାତିରେ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ତାଙ୍କୁ ଘରୁ ଅପହରଣ କରି ନେଇଥିଲେ ।ଏହାପରେ ଆଜି ସକାଳେ ତାଙ୍କୁ ହତ୍ୟା କରି ବିଜାପୁର ଗାଙ୍ଗାଲୁର ରାସ୍ତାରେ ଫିଙ୍ଗି ଦେଇଥିବା ମୃତଦେହକୁ ଉଦ୍ଧାର କରାଯାଇଛି ।