ଉତ୍ତପ୍ତ ସହର ତାଲିକାରେ ଦିଲ୍ଲୀ , ଆହୁରି ବଢିବ ତାତି

ଦେଶର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

0

(ଦିଲ୍ଲୀ) : ଦେଶର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୩୯.୨ ଡିଗ୍ରି ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ ଆଗାମୀ ଦିନରେ ଆହୁରି ତାପମାତ୍ରା ବଢ଼ିବାର ଆଶଙ୍କା ରହିଛି ବୋଲି କହିଛି।

ସୂଚନାନୁଯାୟୀ , ଆଜି ଦିଲ୍ଲୀ ଓ ଏନସିଆରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରି ରହିଥିଲା। ଯାହା ସ୍ୱାଭାବିକ ଠାରୁ ୧୦ ଡିଗ୍ରି ଉପରେ ରହିଛି ତାପମାତ୍ରା। ସେହିଭଳି ପାଲମ ବେଘସାଲାରେ ସର୍ବାଧିକ ତାପମାତ୍ରା ୩୯.୩ ଡିଗ୍ରି ସେଲସିୟସ୍‌ ରହିଥିଲା। ତେବେ ବର୍ଷା ହେଉନଥିବରୁ ଗରମ ବଢ଼ୁଥିବା କୁହାଯାଉଛି।