ଭୁବନେଶ୍ୱର: ଗତ କିଛିଦିନ ତଳେ ଭୁବନେଶ୍ୱର ୟୁନିଟ -୨ ମାର୍କେଟ ବିଲଡିଂରେ ଉଠାଦୋକାନୀଙ୍କୁ ହାତେଇବାକୁ ଯାଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା | ଓ ପରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ପ୍ରତିଶ୍ରୁତି ପରେ ମାର୍କେଟ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ବିଏମସି ପକ୍ଷରୁ ମିଳିଛି ଲିଖିତ ପ୍ରତିଶ୍ରୁତି । ତେବେ ଆଜିଠୁ ଖୋଲିବ ଭୁବନେଶ୍ୱରର ୟୁନିଟ-୨ ମାର୍କେଟ ବିଲ୍ଡିଂ । ୪ଦିନ ଧରି ଦୁଇ ବ୍ୟବସାୟୀ ଗୋଷ୍ଠୀଙ୍କ ବିବାଦ ପରେ ବନ୍ଦ ରହିଥିଲା ମାର୍କେଟ ବିଲ୍ଡିଂ । ସେହିପରି ସଂଘର ବିଭିନ୍ନ ଦାବିକୁ ମାନିନେଇଛି ବିଏମସି । ପ୍ରତି ସପ୍ତାହରେ ଉଚ୍ଛେଦ କାର୍ଯ୍ୟ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ଅଟଳ ରହିଥିଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ।ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସହିତ ଆଲୋଚନା ପରେ ନିଷ୍କର୍ସ ବାହାରିଛି ।