(Rùkgße/ଅଜିତ କୁମାର ସାହୁ ): ରେଳ ଚଳାଚଳ ସ୍ବଭାବିକ କରିବା ଦାବି ନେଇ ରେଳ ଉପଭୋକ୍ତା ଓ ରେଳ ବ୍ୟବହାର କାରୀ ସଙ୍ଘ ପକ୍ଷରୁ ଉତ୍ତର ବାଲେଶ୍ଵରର ସମସ୍ତ ଷ୍ଟେସନ ସମ୍ମୁଖରେ ଧାରଣା। ଏଠାରେ ସୁଚନା ଥାଉକି କରୋନା କଟକଣା ପାଇଁ ସରକାର ରେଳ ଚଳାଚଳ ଉପରେ ରୋକ ଲଗାଇଥିଲେ। ମାତ୍ର କଟକଣା କୋହଳ ହେବାପରେ ସମସ୍ତ ରାଜ୍ୟରେ ସ୍ୱାଭାବିକ ଭାବେ ପୁନର୍ବାର ରେଳ ଚଳାଚଳ କରୁଥିବା ବେଳେ ଓଡ଼ିଶାରେ ଟ୍ରେନ ଚଳାଚଳ ପୂର୍ବଭଳି ସ୍ବଭାବିକ ହୋଇପାରୁ ନାହିଁ।
ପୂର୍ବଭଳି ପେସେଞ୍ଜର ଟ୍ରେନ ଓ ଏକ୍ସପ୍ରେସ ଟ୍ରେନର ଚାଲୁ ନାହିଁ। ହାତଗଣତି କେତୋଟି ରେଳ ଚଳାଚଳ କରୁଥିଲେ ବି ପୂର୍ବ ଭଳି ଷ୍ଟେସନ ମାନଙ୍କରେ ଟ୍ରେନ ରହୁ ନାହିଁ । ଯାହା ଫଳରେ ଟ୍ରେନ ଉପରେ ନିର୍ଭର କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର i¹êLú^ ହେଉଛନ୍ତି। କେବଳ ସେତିକି ନୁହଁ ରେଳ ଭଡା ଉପରେ ପାତର ଅନ୍ତର କରାଯାଇଛି। ତେଣୁ ଆଜି ରେଳ ବ୍ୟବହାର କାରି ସଙ୍ଘ ପକ୍ଷରୁ ଉତ୍ତର ବାଲେଶ୍ଵରର ,ବାଲେଶ୍ୱର, ହଳଦୀପଦା, ରୁପସା, ନୂଆଗାଁ, ବସ୍ତା, ଅମର୍ଦାରୋଡ, ରାଜଘାଟ , ଜଳେଶ୍ବର ଓ ଲକ୍ଷ୍ମଣନାଥ ରେଳ ଷ୍ଟେସନ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି ।
ଏହି ଧାରଣାକୁ ସମର୍ଥନ ଜଣାଇ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷିରେ ଷ୍ଟେସନ ମ୍ୟାନେଜର ଜରିଆରେ ଖଡ଼ଗପୁର ଡିଭିଜନର ଡି ଆର ଏମଙ୍କୁ ଦାବିପତ୍ର ଦିଆଯାଇଛି । ତେବେ ଯଦି ରେଳ ଚଳାଚଳ ପୂର୍ବଭଳି ସ୍ୱାଭାବିକ ନହୁଏ ଆଗାମୀ ଦିନରେ ଅନିର୍ଦିଷ୍ଟ କାଳ ପ~ðýନ୍ତ ରେଳ ରୋକ କିରାଯିବା ସହିତ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି।