ଜନ ଟୀକାକରଣ ତୃତୀୟ ଲହରକୁ ପ୍ରତିହତ କରିବ

0

ନୂଆଦିଲ୍ଲୀ: ଭାରତକୁ କରୋନା ମହାମାରୀର ଦ୍ୱିତୀୟ ଲହର ସାଂଘାତିକ ଆକ୍ରାନ୍ତ କରିବା ବେଳେ ବିଶେଷଜ୍ଞ ଆହୁରି ଡରେଇବା ପରି ତଥ୍ୟ ଦେଉଛନ୍ତି । ଭାରତକୁ ଏହି ମହାମାରୀ ଭୂତାଣୁର ତ୍ୱତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ ଏପରି ଆଶଙ୍କା କରିବା ସହ ଏହାକୁ ରୋକିବା ପାଇଁ ଟିକାକରଣ କାର୍ୟ୍ୟକ୍ରମକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି।
ଗୁଲେରିଆ କହିଛନ୍ତି, ଭାରତରେ କରୋନାର ତୃତୀୟ ଲହରର ସମ୍ଭାବନା ରହିଛି। ଭାଇରସ ଏହିପରି ନିୟମିତ ରୂପ ବଦଳାଇଲେ, ଏହା ଉପରେ ନିୟନ୍ତ୍ରଣ ପାଇବା କଷ୍ଟକର ହେବ । ତେଣୁ ଆମକୁ ଦୁଇଟି କଥା ବୁଝିବାକୁ ହେବ କି କେତେ ଶୀଘ୍ର ଆମେ ଲୋକଙ୍କୁ ଟିକା ଦେଇପାରୁଛୁ ଓ ଭାଇରସ କେମିତି ତା’ର ରୂପ ବଦଳାଉଛି ତା ଉପରେ ଅଧିକ ପରୀକ୍ଷଣର ଆବଶ୍ୟକତା ରହିଛି । ଭାଇରସ ରୂପ ବଦଳାଇବା ସହ ଟିକାକୁ ମାତ୍ ଦେବାର ସକ୍ଷମ ହେଲେ ଏହାକୁ ରୋକିବା ଅସମ୍ଭବ ହେବ।
ତେଣୁ ଅଧିକ ଲୋକଙ୍କ ଟୀକାକରଣ ସମ୍ଭବ ହେବା ଦ୍ୱାରା ତୃତୀୟ ଲହରରେ ସଂକ୍ରମଣ ରୋକାଯାଇ ପାରିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ଦେଶରେ ଡବଲ ମ୍ୟୁଟାଣ୍ଟ ଦେଖା ଯାଇଛି । ଏହା ପୂର୍ବରୁ ଭୂତାଣୁ ମ୍ୟୁଟାଣ୍ଟଠାରୁ ଅଧିକ ମାରାତ୍ମକ । ଏହା ଦ୍ରୁତ ସଂକ୍ରମିତ କରୁଛି ।