(ଦିଲ୍ଲୀ) : ଭୂମିକମ୍ପରେ ଥରିଲା ମିଜୋରାମ। ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୬ ରେକର୍ଡ କରାଯାଇଛି। ମିଜୋରାମର ଚମ୍ଫାଇ ଠାରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପର ଝଟ୍କା ବଡ଼ ହୋଇଥିଲେ ବି ଏପର୍ଯ୍ୟନ୍ତ କୌଣସି କ୍ଷୟିକ୍ଷତି ହୋଇଥିବା ନେଇ ଖବର ଆସି ନାହିଁ।
Earthquake of Magnitude:5.6, Occurred on 21-01-2022, 15:42:32 IST, Lat: 23.10 & Long: 93.75, Depth: 60 Km ,Location: 58km SE of Champhai, Mizoram, India for more information download the BhooKamp App https://t.co/niF40sf9br pic.twitter.com/iW1ANloeg5
— National Center for Seismology (@NCS_Earthquake) January 21, 2022
ସୂଚନାନୁଯାୟୀ , ଭୂମିକମ୍ପର ତୀବ୍ରତା ଏତେ ଥିଲା ଯେ ମିଜୋରାମ ସମେତ ମଣିପୁର, ଆସାମ ଏବଂ ଉତ୍ତର ବଙ୍ଗରେ ଝଟ୍କା ଅନୁଭବ ହୋଇଛି। ଅପରାହ୍ନ ୩.୪୨ ମିନିଟ୍ରେ ଭୂମିକମ୍ପ ହୋଇଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠରୁ ୬୦ କିମି ରହିଥିଲା। ମ୍ୟାନ୍ମାରନ ଓ ଭାରତ ସୀମା ୫୮ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।