ନେତା, ପ୍ରଯୋଜକଙ୍କୁ ବ୍ଲାକମେଲିଂ ଅଭିଯୋଗରେ ଯୁବତୀ ଗିରଫ

0

ଭୁବନେଶ୍ୱର : କମିଶନରେଟ୍‌ ପୋଲିସ ହାତରେ ମାଷ୍ଟର ମାଇଣ୍ଡ ଯୁବତୀ। ରାଜନେତା ଓ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଯୁବତୀଙ୍କୁ ଗିରଫ କରିଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ସତ୍ୟବିହାର ଅଞ୍ଚଳରୁ ଗିରଫ କରିଛି କମିସନରେଟ୍‌ ପୋଲିସ। ଯୁବତୀ ଜଣଙ୍କ ହେଉଛନ୍ତି ଅର୍ଚନା ନାୟକ ।

ପ୍ରଥମେ ଫେସବୁକରେ ବନ୍ଧୁତା, ପରେ ବନ୍ଧୁତା ବଢାଇ ପ୍ରେମାଳାପ କରୁଥିଲେ । ଏହାପରେ ଘରକୁ ନିମନ୍ତ୍ରଣ କରି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ବନାଓ ଥିଲେ ଯୁବତୀ । ପରେ ସେହି ଭିଡିଓକୁ ଦେଖାଇ ବ୍ଲାକମେଲିଂ କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଅର୍ଚ୍ଚନାଙ୍କ ଟାର୍ଗେଟରେ ଥିଲେ ପ୍ରଯୋଜକ,ପୋଲିସ ଓ ବ୍ୟବସାୟୀ । ଏନେଇ ଗତ ମେ ମାସରେ ଅର୍ଚ୍ଚନା ନାୟକଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିଲା।

ପୁଲିସ ସୂଚନା ଅନୁସାରେ ଯୁବତୀ ଜଣକ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲେ । ସୋସିଆଲ ମିଡିଆରେ ବନ୍ଧୁତା ହେବା ପରେ ଫୋନ ନମ୍ବର ମାଗି କଥା ହେଉଥିଲେ । ଆଉ ଯିଏ ତା ଫାଶରେ ପଡୁଥିଲେ, ତା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଉଠାଇ ବ୍ଲାକମେଲିଂ କରୁଥିବା ଅଭିଯୋଗ ଯୁବତୀଙ୍କ ନାଁରେ ରହିଛି ।