ହୋଇପାରେ ଦଶମ ଓ ଦ୍ୱାଦଶ ପରୀକ୍ଷା

0

ଭୁବନେଶ୍ୱର : ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ପିଲାମାନେ ପାଠ ପଢନ୍ତୁ ଏବଂ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ସୋମବାର ମନ୍ତ୍ରୀ କହିଛନ୍ତି, ।
ରାଜ୍ୟରେ ଦଶମ ସମ୍ମେଟିଭ ପରୀକ୍ଷା ସରିଛି । ଏବେ ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେଉଛି । ବିଶେଷ ପରିସ୍ଥିତି ଉପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦୃଷ୍ଟି ରଖିଛନ୍ତି । ଯଦି ସ୍ଥିତି ଖରାପ ହୁଏ, ରାଜ୍ୟ ସରକାର ଚିନ୍ତା କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।