ପୁରୀ:ପାଖେଇ ଆସିଲାଣି ବଡଠାକୁରଙ୍କ ଯାତରା , ଅପେକ୍ଷାରେ ଭକ୍ତ ହେଲେ ଧିରେ ଧିରେ ଔଷଧି ଓ ଚେରମୂଳି ଖାଇ ଅଣସର ଘରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଗତକାଲି ଚକାବିଜେ ପରେ ଦଶମୂଳ ନୀତି ଲାଗି କରାଯାଇଛି । ଆଜି ଅଣସରର ଏକାଦଶୀ ତିଥରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ଲାଗିକରିବେ ଖଳି । ସୁଧସୁଆରଙ୍କ ପକ୍ଷରୁ ଖଳି ପ୍ରସ୍ତୁତ କରି ମନ୍ଦିରକୁ ଦେବା ପରେ ଦଇତାପତିଙ୍କ ଦ୍ୱାରା ମଧ୍ୟାନ୍ନ ଧୂପ ପରେ ଏହା ଲାଗି ହେବ । ଶ୍ରୀବିଗ୍ରହ ମାନେ ଚକା ଉପରେ ବିଜେ କରିବା ପରେ ପଣା ଭୋଗ ଓ ଚକଟା ଭୋଗ ସ୍ୱତନ୍ତ୍ର ଭାବେ ଲାଗି ଦଶମୂଳ କରାଯାଇଛି । ସେପଟେ ଆସନ୍ତାକାଲି ଦ୍ୱାଦଶୀ ତିଥିରେ ସକାଳଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ବିଜେ କରିବେ ଦଇତାପତି ସେବାୟତ ।