ପୌର ନିର୍ବାଚନ ଲାଗି ତିନି ଦଳର ପ୍ରାର୍ଥୀ ଘୋଷଣା

0

ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଇଛି ନିର୍ବାଚନ ତାତି । ଭୁବନେଶ୍ୱର ମହାନଗର ନିଗମର କିଏ ହେବ ନୂଆଁ ମେୟର ତାକୁ ନେଇ ଆରମ୍ଭ ହୋଇଗଲାଣି ଗୋଟି ଚାଳନା । ତିନିି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ କଲେଣି ରଣନୀତି । ଏହାରି ଭିତରେ କଂଗ୍ରେସ, ବିଜେଡି ଏବଂ ବିଜେପି ଘୋଷଣା କରିଛନ୍ତି ନିଜ ନିଜର ପ୍ରାର୍ଥୀଙ୍କ ଚେହେରା ।


ବିଜେଡି ସୁଲୋଚନା ଦାସଙ୍କ ନାଁ କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି ।୧୪ ବର୍ଷ ଧରି ସାମ୍ବାଦିକା କରୁଥିବା ଶ୍ରୀମତି ଦାସ ଏବେ ବିଜେଡି ଲାଗି ନେବେ ଗୁରୁ ତାୟୁତ୍ୱ । ପ୍ରଥମେ ସେ କଂଗ୍ରେସରେ ସାମିଲ ହୋଇ ତାର ମୁଖପାତ୍ର ଭାବେ ଦାୟୁତ୍ୱ ନେଇ ଥିଲେ । ବିଭିନ୍ନ ଡିବେଟରେ ବରିଷ୍ଠ ନେତା ଦାମ ରାଉତଙ୍କ ସହ କଥା କଟାକଟି ହୋଇ ସେ ହୋଇ ଯାଇଥିଲେ ରାଜନିତୀରେ ଚିହ୍ନା ଚେହେରା । ପରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ପାଇଥିଲେ ନିଯୁକ୍ତି ।

ସେହିପରି ବିଜେପି ମଧ୍ୟ ମେୟର ପାର୍ଥୀ ଭାବେ ଏକ ନୂଆଁ ଚେହେରାକୁ ଘୋଷଣା କରିଛି । ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ମେୟର ପ୍ରାର୍ଥୀ ଭାବେ ରାଜନିତୀ ଦୁନିଆକୁ ଓହ୍ଲାଇଛି । ସୁନୀତି ଜଣେ ସୁଲେଖିକା ଭାବେ ବେସ୍ ପରିଚିତ ଥିବା ବେଳେ ତାଙ୍କ ଲେଖା ସମାଜ ସୁଧାର ଦିଗରେ ଅଧିକ ପ୍ରଭାବ ପକାଇଥାଏ । ଏବେ ସେ ସିଧା ସଳଖ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ଭରଷା ଜିତିବାକୁ ଆଶା ରଖିଛନ୍ତି ।

ଏହି ରାଜନିତୀର ରେସ୍‌ରେ କଂଗ୍ରସ ମଧ୍ୟ କରିଛି ତାର ଗୁଟିଚାଲନା । ସମାଜସେବୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ସେ କରିଛି ତାର ମେୟର ପ୍ରାର୍ଥୀ ମଧୁସ୍ମିତା ତାଙ୍କ ଛାତ୍ର ଜୀବନରୁ ରାଜନୀତି ସହିତ ଯୋଡି ରହିଛନ୍ତି ।ଆନେକ ସାମାଜିକ କାର୍ଯ୍ୟମଧ୍ୟ କରିଛନ୍ତି । ତାଙ୍କର ଆଉଏକ ପରିଚୟ ମଧ୍ୟ ରହିଛି । ସେ ହେଉଛନ୍ତି ସ୍ୱର୍ଗତ କଂଗ୍ରେସ ବିିଧାୟକ କାଳାଙ୍ଗି ପଣ୍ଡାଙ୍କ ବହୂ । ଦେଖିବାକୁ ବାକି ରହିଲା କାହା ଉପରେ ରହିବ ରାଜଧାନୀ ବାସୀଙ୍କ ଭରଷା ।