କଣିହାଁ ଓସିପି ପରିଦର୍ଶନରେ ଏମସିଏଲ ସିଏମଡି

0

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ଖୋଲା ମୁହଁ କୋଇଲା ଖଣି ପରିଦର୍ଶନରେ ଏମସିଏଲ ସିଏମଡି ରବିବାର ଅପରାହ୍ନ ସାଢେ ୫ଟା ବେଳେ ଗ୍ରସ୍ତ କରିଛନ୍ତି । କଣିହାଁ ଏମସିଏଲ ମହାପ୍ରବନ୍ଧକ କିଶୋର କୁମାର ରାଉଳ, ପ୍ରକଳ୍ପ ଅଧିକାରୀ ଏନ୍.ପି.ପାତ୍ର, ମ୍ୟାନେଜର ଶିଶିର ସତପଥି, ସମେତ ଶ୍ରମିକ ସଂଗଠନ ପକ୍ଷରୁ ସିଏମଡିଙ୍କୁ ସ୍ଵାଗତ କରାଯାଇଥିଲା । ଏମ୍ସିଏଲ୍ ମୁଖ୍ୟାଳୟର ଡିଟି, ଡିପି, ମହାପ୍ରବନ୍ଧକ ପ୍ରମୁଖ ପରିଦର୍ଶନ ବେଳେ ଉପସ୍ଥିତ ଥିଲେ ଖାଦାନର ଭିୟୁ ପଏଣ୍ଟ , ଜେଡ୍ ପ୍ୟାଚ ଅଜ୍ଝୟଙ୍ଖଳ ବୁଲି ଦେଖିଥିଲେ । ଓସିପି ତେଲିସିଂହା ସାଇଡିଂରେ ନିର୍ମାଣ ହେବାକୁଥିବା ନୂତନ ସାଇଲୋ ପ୍ରକଳ୍ପ ନିମନ୍ତେ ଭୂମିପୂଜନ କାର୍ୟ୍ୟକ୍ରମରେ ଅତିଥି ରୂପେ ଯୋଗଦେଇ ଆଜି ଏମସିଏଲ ସିଏମଡି ଶୁଭାରମ୍ଭ କରିଥିଲେ ।

ଏହି ସାଇଲୋ ନିର୍ମାଣ ପରେ ସିଧା ସଳଖ କନଭର ବେଲ୍ ଜରୀଆରେ ସ୍ଵଳ୍ପ ସମୟ ମଧ୍ୟରେ ଟ୍ରେନ୍ ୱାଗନରେ କୋଇଲା ଲୋଡିଂ ହୋଇପାରିବ ବୋଲି ଏମସିଏଲ ପକ୍ଷରୁ କୁହାଯାଇଛି । ଏହି ଅବସରରେ କଣିହାଁ ଓସିପି ବିଏମଏସ ସଭାପତି ଜିତେଶ କୁମାର ଧର, ସମ୍ପାଦକ ଅଭୟ କୁମାର ସାହୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଖଣି କର୍ମଚାରୀଙ୍କ ପାଇଁ କ୍ବାଟର ଓ ବିଦ୍ୟାଳୟ ନିର୍ମାଣ ଏବଂ ଡିପାର୍ଟମେ ଲ ମାଇନ୍ ସରଭିସ ଲାଗୁ କରିବା ଆଦି ସ୍ମାରକପତ୍ର ଉଲ୍ଲେଖ ରହିଥିବା ସମ୍ପାଦକ ଶ୍ରୀ ସାହୁ କହିଛନ୍ତି ।