ଛଟ୍ ପୂଜାରେ ରାଇରଙ୍ଗପୁରରେ ଭକ୍ତଙ୍କ ସମାଗମ

0

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ : ହିନ୍ଦୁ ଧର୍ମର ଅନେକ ପର୍ବ ମଧ୍ୟରେ ଛଟ୍ ପର୍ବ ଏକ ଅନନ୍ୟ ପର୍ବ ।ଉତ୍ତର ଭାରତୀୟ ସଂପ୍ରଦାୟ ତରଫରୁ ଛଟ୍ ପର୍ବ ଅଥବା ସୂର୍ଯ୍ୟ ଉପାସନା ଧୁମ୍ ଧାମରେ ପାଳିତ ହୁଏ । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଅନ୍ୟମାନେ ମଧ୍ୟ ଏହି ପର୍ବରେ ସାମିଲ ହୋଇ ଆସ୍ଥା ଓ ବିଶ୍ବାସର ପୂଜା ଛଟ୍ ପର୍ବରେ ସାମିଲ ହେଲେଣି । ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ରାଇରଙ୍ଗପୁର ସହର ଗୋରୁମହିଷାଣୀ,ଵହଳଦା,ଯଶିପୁର ଆଖପାଖ ଉତ୍ତର ଭାରତୀୟ ବସବାସ କରୁଥିବା ଅଞ୍ଚଳରେ ଛଟ୍ ପର୍ବ ମହା ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ଲକ୍ଷ୍ୟ କରାଯାଉଛି ।

ରାଇରଙ୍ଗପୁର ସହରର ପୂଣ୍ୟତୋୟା ଖଡଖାଈ ନଦୀ କୂଳରେ ଛଟ୍ କମିଟି ତରଫରୁ ୧୯୯୪ ମସିହା ତଥା ୨୯ ବର୍ଷ ହେଲା ପାଳନ କରାଯାଉଛି । ଛଟ୍ ବ୍ରତୀମାନେ ନିଷ୍ଠାର ସହ ଏହି ପୂଜା ନୀତି ନିଷ୍ଠାର ସହ ପାଳନ କରିଥାନ୍ତି ।କାଳୀ ପୂଜାର ୬ ଦିନପରେ ଏହି ଉପାସନା ଆରମ୍ଭ ହୋଇଥାଏ ।ଏହାର ପୂଜାବିଧି ଅନୁସାରେ ଉପାସନାର (ପୂଜାର ପ୍ରଥମ ଦିନ) କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଦିନରେ ନାହାଏ ଖାଏ,କଦୁ ଭାତ(ଲାଉ ଭାତ), ଦ୍ୱିତୀୟ ଦିନରେ ତଥା ପଞ୍ଚମୀରେ ଖରନା(ଖିରି),ଷଷ୍ଠୀ ଦିନ ନିର୍ଜଳା ଉପବାସ ସହ ଖଡଖାଇ ନଦୀ ତଟ ଏବଂ ଆଖପାଖ ଜଳାଶୟରେ ବ୍ରତୀଧାରୀମାନେ ସ୍ନାନ କରି ଅସ୍ତଗାମୀ ସୂର୍ଯ୍ୟଙ୍କୁଦୀପ,ଧୂପ, ଭୋଗରାଗ, ନୈବେଦ୍ୟ ଅର୍ପଣ କରି ଅର୍ଘ୍ୟ ଅର୍ପଣ କରିଥିଲେ ।ଆଜି ସପ୍ତମୀ ଦିନ ଭୋରୁ ବ୍ରତୀ ଓ ସପରିବାର ଲୋକେ ମୁଣ୍ଡରେ ଡଲାରେଫଳ,ପୁଷ୍ପ,ଧୂପ,ଦୀପ,ଆଖୁ,ଠେକୁଆ ଭୋଗ, ଧରି ଖଡଖାଈ ନଦୀଘାଟ କୁ ଯାଇ ସେଠାରେ ନଦୀରେ ସ୍ନାନ କରିବା ସହ ଉଦିତ ସୂର୍ୟ୍ୟଙ୍କୁ ପୂଜାର୍ଚ୍ଚନା କରି ଅର୍ଘ୍ୟ ଅର୍ପଣ କରିଥିଲେ ।