Reporters Today
  • Home
  • ଓଡିଶା
  • ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ଓ ଥଇଥାନ ପାଇଁ ବୈଠକ
ଓଡିଶା

ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ଓ ଥଇଥାନ ପାଇଁ ବୈଠକ

(ହରପ୍ରସାଦ ବିଶୋଇ / ଗଞ୍ଜାମ): ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ପାଇଁ ବୈଠକ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଓଏଲଏମ ବୈଠକ ଗୃହରେ ଯତ୍ନ ଓ ସୁରକ୍ଷା ଲୋଡୁଥିବା ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଗଂଜାମର ଏକ୍ସପେର୍ଟ ମେମ୍ବର ଡ଼ ଶ୍ୟାମାକାନ୍ତ ଜେନା ପୂର୍ବରୁ ଚିହ୍ନଟ କରାଯାଇଥିବା ୨୩ଟା ପଞ୍ଚାୟତ ଓ ଗୋଟିଏ ଏନଏସିରୁ ଆସିଥିବା ଅନାଥ ଶିଶୁ ମାନଙ୍କୁ ଧନ୍ଦାମୂଳକ ତାଲିମ, ସରକାରୀ ପୃଷ୍ଟପୋଷକ, ଆବାସ ଯୋଜନା, ରାସନ କାର୍ଡ ସହ ଆନୁଷ୍ଠାନିକ ଯତ୍ନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଦିଗରେ ଆଲୋଚନା କରିଥିଲେ । ଶିଶୁ ଅଧିକାର କିଭଳି ସୁରକ୍ଷିତ ରହିପାରିବ ସେ ଦିଗରେ ବିଡ଼ିଓ ବେଦବର ପ୍ରଧାନ କହିଥିବା ବେଳେ କିଭଳି ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ସାଧାରଣ ଜନତା ପାଇପାରିବେ ସେ ଦିଗରେ ବ୍ଲକର ସମସ୍ତ ସରକାରୀ ବିଭାଗ ତତ୍ପର ହେବା ଆବଶ୍ୟକ । ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁଯୌନ ନିର୍ୟାତନା ତଥା ବିପଦ ସଂକୁଳ ପରିସ୍ଥିତିରେ ଥିବା ଶିଶୁ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂଧ୍ୟାରଣୀ ପାଣିଗ୍ରାହୀ ସମସ୍ତ ସୁପର ଭାଇଜର ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାମେଶ୍ୱର ପରିଡା ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣାର ଦେବୀଦତ୍ତ ରଥ, ପ୍ରମୋଦ ଜେନା, ଗୀତାଞ୍ଜଳି ଦାସ, ରଂଜିତା କୁମାରୀ ବିଷୋୟୀ, ତାପସ୍ୱିନୀ ସେନାପତି ପ୍ରମୁଖ ସହାୟତା କରିଥିଲେ ।

Related posts

ହାତୀ ନେଲା ଆଉ ଏକ ଜୀବନ

Report

ୱାଇଫାଇ ସହରରେ ପରିଣତ ହେଲା ସ୍ମାର୍ଟ ସିଟି ଭୁବନେଶ୍ୱର

Report

ତିନିଦିନରେ ପହଁଚିଲା ହିଂଜିଳି ପୋଲିସର ଯାଞ୍ଚ

Report

Leave a Comment