ଫ୍ୟାନ୍ସ ମାନଙ୍କୁ ବଡ଼ ଝଟକା ଦେଲେ ଲିଓନେଲ ମେସି

ଫିଫା ବିଶ୍ବକପ୍‌ ପରେ ଅବସର ନେବେ ମେସି

0

ବୁଏନସ୍ ଏୟର୍ସ : ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ତାଙ୍କ ଫ୍ୟାନ୍ସ ମାନଙ୍କୁ ବଡ଼ ଝଟକା ଦେଇଛନ୍ତି। ୨୦୨୨ ମସିହାରେ ହେବାକୁ ଥିବା ଫୁଟବଲ ବିଶ୍ୱକପ ତାଙ୍କର ଶେଷ ଟୁର୍ନାମେଣ୍ଟ ହେବ ବୋଲି ମେସି ଘୋଷଣା କରିଛନ୍ତି। ଅର୍ଥାତ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ୍ ମେସି ଚଳିତ ବର୍ଷର ଫିଫା ବିଶ୍ବକପ୍‌ ପରେ ଅବସର ନେଇଯିବେ। କାତାର-୨୦୨୨ ବିଶ୍ବକପ୍‌ ମୋ ପାଇଁ ନିଶ୍ଚିତ ଶେଷ ବିଶ୍ବକପ୍‌ ବୋଲି ମେସି ବୋଲି ପ୍ରକାଶ କରିଛନ୍ତି।

୩୫ ବର୍ଷୀୟ ଲିଓନେଲ ମେସି କହିଛନ୍ତି ଯେ ସେ ଶାରିରୀକ ଭାବେ ସୁସ୍ଥ ଅଛନ୍ତି ହେଲେ ବହୁବାର ଆଘାତ ପାଇବା କାରଣକୁ ସେ ଅବସର ନେଉଥିବା କୁହାଯାଉଛି । ଲିଓନେଲ ମେସି କେବଳ ବର୍ତ୍ତମାନ ସମୟରେ ନୁହେଁ ବରଂ ସେ ଭଲ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ । ସେ ଆନ୍ତର୍ଜାତୀୟ ଫୁଟବଲରେ ଆର୍ଜେଣ୍ଟିନା ପାଇଁ ୯୦ ଗୋଲ ସ୍କୋର କରିଛନ୍ତି। ଫୁଟବଲ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାରେ ସେ ତିନି ନମ୍ବରରେ ଅଛନ୍ତି। ୨୦୦୭ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ମେସି ଅଦ୍ୟାବଧି ମୋଟ ୧୬୪ ମ୍ୟାଚ୍‌ ଖେଳିଛନ୍ତି। ତେବେ ୩୨ ଦେଶକୁ ନେଇ ଫିଫା ବିଶ୍ବକପ୍‌ ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୧୮ ତାରିଖ ଯାଏଁ କାତାରର ୫ ସହର ୮ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।